ରତ୍ନଭଣ୍ଡାର ସ୍ଥିତି ଶୋଚନୀୟ, ଅଳଙ୍କାର ନଷ୍ଟ ହେବା ଆଶଙ୍କା

ପୁରୀ,୧୭ା୬(ଅଜିତ୍‌ ମହାନ୍ତି): ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲା ହେବା ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ସାଧାରଣରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ନୂତନ ଭାଜପା ସରକାର ଶାସନ ଗାଦିକୁ ଆସିବା ପୂର୍ବରୁ ଭକ୍ତଙ୍କ ନିମନ୍ତେ ଚାରିଦ୍ୱାର ଖୋଲାଯିବା ସହ ରତ୍ନଭଣ୍ଡାର ଖୋଲାଯାଇ ରତ୍ନଅଳଙ୍କାର ଗଣତିମଣତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତି ପାଳନ କରିଛନ୍ତି ନୂତନ ସରକାର। ସମ୍ପ୍ରତି ସରକାର ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଛନ୍ତି। ତେଣୁ ଆଗାମୀ ଦିନରେ ରତ୍ନଭଣ୍ଡାର ଖୋଲାଯିବା ନେଇ ଭକ୍ତଙ୍କ ମନରେ ଆଶା ଉଜ୍ଜୀବିତ ହୋଇଛି। ଅନ୍ୟପକ୍ଷରେ ରତ୍ନଭଣ୍ଡାର ସ୍ଥିତି ଶୋଚନୀୟ ହୋଇପଡ଼ିଛି ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଦଇତାପତି ସେବାୟତ ଜଗନ୍ନାଥ ସ୍ବାଇଁ ମହାପାତ୍ର ଅଭିଯୋଗ ଆଣିଛନ୍ତି।
ସ୍ବାଇଁ ମହାପାତ୍ର ରବିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ନୂଆ ସରକାର ତାଙ୍କ ପ୍ରତିଶ୍ରୁତି ରଖି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଲେ। ଏବେ ରତ୍ନଭଣ୍ଡାର ଖୋଲାଯିବା ନେଇ ଆଶା ରହିଛି। ତେବେ ରତ୍ନଭଣ୍ଡାର ସ୍ଥିତି ଅତି ଶୋଚନୀୟ ହୋଇପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି। ରତ୍ନଭଣ୍ଡାରରେ ବର୍ଷାପାଣି ପଡ଼ି ଅଳଙ୍କାର ନଷ୍ଟ ହେବାକୁ ବସିଲାଣି। ଯଦି ତୁରନ୍ତ ରତ୍ନଭଣ୍ଡାର ଖୋଲା ନ ଯାଏ, ତେବେ ଯାହାବି ଅଳଙ୍କାର ଅଛି ସବୁ ନଷ୍ଟ ହୋଇଯିବ। ତେଣୁ ରତ୍ନଭଣ୍ଡାର ଖୋଲି ରତ୍ନଅଳଙ୍କାର କଢାଯାଉ। ଏଥିସହ ନୂତନ ରତ୍ନଭଣ୍ଡାର ନିର୍ମାଣ କରାଯାଇ ଅଳଙ୍କାରଗୁଡ଼ିକୁ ସେଠାରେ ସୁରକ୍ଷିତ ଭାବେ ରଖାଯାଉ। ବିଶେଷକରି ବର୍ଷାଦିନେ ବର୍ଷାପାଣି ରତ୍ନଭଣ୍ଡାର ଭିତରେ ପଶୁଛି। ପାଣି ଜମି ରହୁଥିବାରୁ ଅଳଙ୍କାର ନଷ୍ଟ ହେଉଛି। ପୂର୍ବ ସରକାର ରତ୍ନଭଣ୍ଡାର ଖୋଲୁନଥିଲେ, ଚାବି ହଜିଗଲା ବୋଲି କହିଥିଲେ। ତେବେ ରତ୍ନଭଣ୍ଡାର ଖୋଲିବା ନେଇ ପୂର୍ବ ସରକାରଙ୍କ ପକ୍ଷରୁ ପୂର୍ବତନ ବିଚାରପତି ଅରଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଉକ୍ତ କମିଟି ରଥଯାତ୍ରା ପରଦିନ ଠାରୁ ରତ୍ନଭଣ୍ଡାର ଖୋଲି ଯାଞ୍ଚ କରିବା ସହ ଅଳଙ୍କାର ଗଣତିମଣତି କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ପଶାୟତ ତାଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ରତ୍ନଅଳଙ୍କାର ଗଣତିମଣତି ୩ରୁ ୪ ମାସ ଲାଗିବ। ତେବେ ନୂତନ ସରକାର ରତ୍ନଅଳଙ୍କାର ଗଣତିମଣତି କରିବେ ବୋଲି ଆଶା ରହିଛି। ନୂତନ ସରକାରଙ୍କ ଉପରେ ଆସ୍ଥା ରହିଛି। ନୂତନ ମୁଖ୍ୟମନ୍ତ୍ରୀ ଭଲ ଲୋକ ବୋଲି ସ୍ବାଇଁ ମହାପାତ୍ର କହିଛନ୍ତି। ସେହିପରି ରତ୍ନଭଣ୍ଡାର ଚାବି ହଜିବା କ’ଣ ପିଲାଳିଆମି କି ବୋଲି ସେ ପ୍ରଶ୍ନ କରିଛନ୍ତି। ତଦନ୍ତ ହେଉ ଏବଂ ଓରିଜିନାଲ ଚାବିରେ ରତ୍ନଭଣ୍ଡାର ଖୋଲାଯାଉ ବୋଲି ସ୍ବାଇଁ ମହାପାତ୍ର ଦାବି କରିଛନ୍ତି।
୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମେ ମାର୍ଚ୍ଚ ୨୬ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଟିମ୍‌ ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ପରେ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ୧୭ ଜଣିଆ ପ୍ରାଧିକୃତ୍‌ ଟିମ୍‌ ଯାଇଥିଲା। ତେବେ ଚାବି ହଜିଥିବାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରି ନ ଥିଲା। ପରେ ଚାବି ହଜିବା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଜଷ୍ଟିସ୍‌ ରଘୁବୀର ଦାସ କମିଶନ ତଦନ୍ତ କରିଥିଲା। ମାତ୍ର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ। ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟସ୍‌ ମୁତାବକ ପ୍ରତି ତିନିବର୍ଷରେ ରନତ୍ଭଣ୍ଡାର ଖୋଲାହେବା ନିୟମ ରହିଥିବାବେଳେ ଆଜିକୁ ପ୍ରାୟ ୪୫ ବର୍ଷ ହେବ ଏହା ଖୋଲାଯାଇନାହିଁ। ହାଇକୋର୍ଟଙ୍କ ନିଦ୍ଦେର୍ର୍ଶ ପରେ ତତ୍କାଳୀନ ରାଜ୍ୟ ସରକାରଙ୍କ ପକ୍ଷରୁ ଅବସରପ୍ରାପ୍ତ ବିଚାରପତି ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟି ପକ୍ଷରୁ ପୂର୍ବରୁ ବୈଠକ କରାଯାଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Delta ବିମାନରେ ଲାଗିଲା ନିଆଁ, ଏମରଜେନ୍ସି ସ୍ଲାଇଡସ୍‌ରେ ବାହାରିଲେ ଯାତ୍ରୀ

ଫ୍ଲୋରିଡା,୨୨।୪: ଆମେରିକାର ଅରଲାଣ୍ଡୋ ଅନ୍ତର୍ଜାତୀୟ ବିମାନବନ୍ଦରରେ Delta ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିଯାଇଛି। ତଥାପି, ଅଗ୍ନିକାଣ୍ଡ ସମ୍ପର୍କରେ ସମୟୋଚିତ ସୂଚନା ପାଇବା ପରେ, ବିମାନରେ...

ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳିଙ୍କ ମଧ୍ୟରେ କିଏ Vegetarian ଆଉ କିଏ Non-vegetarian: ଜାଣନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ୍‌

ନୂଆଦିଲ୍ଲୀ,୨୨।୪:ଖେଳର କୌଶଳ ବୁଝିବା ସହିତ, ଜଣେ କ୍ରିକେଟରଙ୍କୁ ଭଲ ଫିଟନେସ ମଧ୍ୟ ବଜାୟ ରଖିବାକୁ ପଡିବ। ଏହାଦ୍ୱାରା ତାଙ୍କର ପ୍ରଦର୍ଶନ ଭଲ ହୋଇପାରିବ। ଆଜିକାଲି ପ୍ରତ୍ୟେକ...

ଦାରିଙ୍ଗବାଡ଼ିରେ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ବିଡିଓ: କାର୍ଯ୍ୟ ତ୍ୱରାନ୍ବିତ କରିବାକୁ କନିଷ୍ଠ ଯନ୍ତ୍ରୀଙ୍କୁ ଦେଲେ ନିର୍ଦ୍ଦେଶ  

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ପଞ୍ଚାୟତ ସମେତ ୮ ଟି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଚାଲିଛି। ବିଶେଷ କରି...

ଫିକ୍ସ ହେଲା ଶୁବମନ ଗିଲଙ୍କ ମ୍ୟାରେଜ? IPL ମ୍ୟାଚରେ କମେଣ୍ଟେଟରଙ୍କ ପ୍ରଶ୍ନର ଉତ୍ତରରେ ଅପଡେଟ ଦେଲେ…

ନୂଆଦିଲ୍ଲୀ,୨୨।୪: ଶୁବମନ ଗିଲଙ୍କ ଖେଳ ପାଇଁ ସାରା ବିଶ୍ୱ କେବଳ ପ୍ରଶଂସା କରେ ନାହିଁ, ମହିଳା ପ୍ରଶଂସକମାନେ ମଧ୍ୟ ତାଙ୍କ ଲୁକ ପାଇଁ ପାଗଳ। ଏବେ...

ଘରୋଇ ଆବାସିକ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଶୋଇଥିବା ଅବସ୍ଥାରେ…

କେନ୍ଦୁଝର,୨୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ମାଇନିଂ ରୋଡ ସ୍ଥିତ ଗାୟତ୍ରୀ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ...

ଯୁବକଙ୍କୁ ପଥରରେ ଛେଚି ହତ୍ୟା: ମୃତଦେହ ଜବତ

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ଥାନା ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ପଥର ଛେଚି ହତ୍ୟା କରାଯାଇଛି। ଶେରଗଡ଼ ବ୍ଲକ କାଳିଆଘାଇ ଗ୍ରାମ...

ନିର୍ମାଣ କାର୍ଯ୍ୟରେ ଅନିୟମିତତା: କାନ୍ଥ ତଡ଼ାରେ ସୂଚନା ଫଳକ ଥୋଇ ଭୁଲିଗଲେ ବ୍ଲକ ପ୍ରଶାସନ

ଥୁଆମୂଳ ରାମପୁର,୨୨।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ସରିବାକୁ...

Modi Jeddah Visit: ସାଉଦି ଆରବ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଏହା ପଛର ଏଜେଣ୍ଡା

ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଉଦି ଆରବ ଗସ୍ତରେ ଯାଇଛନ୍ତି। ସେ ଦୁଇ ଦିନ ପାଇଁ Jeddahରେ ରହିବେ। ପ୍ରଧାନମନ୍ତ୍ରୀ ମୋଦି ଯୁବରାଜ ମହମ୍ମଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image