ପୁଣି ଘୁଞ୍ଚିଲା ବର୍ଷା-ଅନୁଭବଙ୍କ ବିବାଦ ମାମଲାର ଶୁଣାଣି

କଟକ ଅଫିସ,୨୮ା୭: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ସମାଧାନ ହୋଇପାରୁନି। ତାରିଖ ପରେ ତାରିଖ ଗଡ଼ି ଚାଲିଛି। ମାତ୍ର କୌଣସି ନିଷ୍କର୍ସ ବାହାରିପାରୁନି।

ଗୋଟିଏ ପଟେ ଅନୁଭବ ବର୍ଷାଙ୍କ ଠାରୁ ବିବାହ ବିଚ୍ଛେଦ ଚାହୁଁଥିବା ବେଳେ ବର୍ଷା ଛାଡ଼ପତ୍ର ଦେବାକୁ ରାଜି ନୁହନ୍ତି। ବୁଧବାର ଏହି ମାମଲାର ହାଇକୋର୍ଟରେ ଶୁଣାଣି ହେବାର ଥିଲା। କିନ୍ତୁ ବର୍ଷାଙ୍କ ପକ୍ଷରୁ କେହି ହାଜିର ହୋଇ ନ ଥିବାରୁ ପୁଣି ମାମଲାର ଶୁଣାଣି ଘୁଞ୍ଚିଛି। ହାଇକୋର୍ଟରେ ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ।

ସୂଚନାଯେଗା୍ୟ, ବର୍ଷା ସ୍ବାମୀ ଅନୁଭବ ଏବଂ ଶାଶୁଘର ଲୋକଙ୍କ ନାମରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ଅନୁଭବ ମଧ୍ୟ ବର୍ଷାଙ୍କ ନାମରେ ପାଲଟା ଅଭିଯୋଗ କରିଥିଲେ।

Share