ଦିନକୁ ଦିନ ବଢୁଛି ଦ୍ୱନ୍ଦ୍ୱ

ଖଇରା, ୨୯।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର ଜମିଚାଲିଛି। ଭୋଟଗ୍ରହଣ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ସବୁ ଦଳରେ ଦଳବଦଳ, ମିଶ୍ରଣ ଚାଲିଛି। ଅପରପକ୍ଷେ ଦଳରୁ ପ୍ରଥମେ ଇସ୍ତଫା ଏବଂ ପରେ ଫେରିଆସି ବାଲେଶ୍ୱର ଜିଲାସଭାପତି ଆସନ ପାଇଥିବା ସ୍ଥାନୀୟ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ କାର୍ଯ୍ୟ ସିମୁଳିଆ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।
ବାଲେଶ୍ୱର ଜିଲା ଏବଂ ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ୪୨ନମ୍ବର ସିମୁଳିଆ ନିର୍ବାଚନମଣ୍ଡଳୀରେ ଏଥର ୬ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଜେଡିରୁ ସୁବାସିନୀ ସାହୁ, ଭାଜପାରୁ ପଦ୍ମଲୋଚନ ପଣ୍ଡା, କଂଗ୍ରେସରୁ ହିମାଂଶୁ ଶେଖର ବେହେରା, ବହୁଜନ ସମାଜପାର୍ଟିରୁ ପୃଥ୍ବୀରାଜ ଦାସ, ନ୍ୟାଶନାଲ ଅପନି ପାର୍ଟିରୁ ରଞ୍ଜନ କୁମାର ସାମଲ ଓ ସବିତାରାଣୀ ପାକଳ ସ୍ବାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ହେବ ବୋଲି କୁହାଯାଉଛି। ଭାଜପାର ପଦ୍ମଲୋଚନ ବିଭିନ୍ନ ଦଳରୁ ୬ ଥର ପ୍ରାର୍ଥୀ ହୋଇସାରିଥିବା ବେଳେ ଏଥର ୭ମ ଥର ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ପୂର୍ବରୁ ସେ ୩ଥର କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ୨୦୧୯ରେ ଭାଜପାରେ ମିଶି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ହେଁ ବିଜେଡିର ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କଠାରୁ ପରାଜିତ ହୋଇଥିଲେ। ଏଥର ଜ୍ୟୋତିପ୍ରକାଶଙ୍କ ବଦଳରେ ବିଜେଡି ରାଜ୍ୟ ମାନବ ସମ୍ବଳ ଓ ସଂସ୍କୃତି ବିଭାଗ ସମ୍ପାଦକ ଶଶିକୁମାର ସାହୁଙ୍କ ସ୍ତ୍ରୀ ସୁବାସିନୀଙ୍କୁ ଟିକେଟ ଦେଇଥିବା ବେଳେ କଂଗ୍ରେସ ଯୁବ ଚେହେରା ଖଇରା ବ୍ଲକର ହିମାଂଶୁ ଶେଖର ବେହେରାଙ୍କୁ ପ୍ରାର୍ଥୀ କରିଛି। ଏଥର ଅଭିଜ୍ଞ ପଦ୍ମଲୋଚନଙ୍କୁ ନୂଆ ମୁହଁ ଭାବେ ସୁବାସିନୀ ଓ ହିମାଂଶୁ ଟକ୍କର ଦେଉଛନ୍ତି। ବିଧାୟକ ଜ୍ୟୋତିପ୍ରକାଶଙ୍କ ଟିକେଟ କଟିବା ପରେ ତାଙ୍କର ସମର୍ଥକମାନେ ପ୍ରଥମେ ହୋ ହଲ୍ଲା କରିବା ପରେ ଆଉ ତାଙ୍କର ନିଷ୍ପତ୍ତିକୁ ଅପେକ୍ଷା କରି ନ ପାରି ଅଧିକାଂଶ ସୁବାସିନୀଙ୍କ ଶିବିରକୁ ଆଉ କିଛି ଗେରୁଆଦଳକୁ ମୁହାଁଇଛନ୍ତି। ୧୮ତାରିଖରେ ଖଇରା ଦୁର୍ଗାମଣ୍ଡପରେ ବିଜେଡି ମିଶ୍ରଣ ପର୍ବରେ ୧୩ ଲୋକପ୍ରତିନିଧି, ପୂର୍ବତନ ଲୋକପ୍ରତିନିଧିଙ୍କ ମିଶ୍ରଣ ପରେ ତାଙ୍କୁ କାଉଣ୍ଟର କରି ୨୩ତାରିଖରେ କୁପାରୀଠାରେ ଭାଜପାର ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା। ସେଥିରେ ୧୪ଜଣ ଲୋକପ୍ରତିନିଧି ଓ ପୂର୍ବତନ ଲୋକପ୍ରତିନିଧି ଭାଜପାରେ ସାମିଲ ହୋଇଥିଲେ। ସେବେଠାରୁ ପ୍ରତ୍ୟେକ ଦିନ ଉଭୟ ଦଳରେ ଛୋଟବଡ ମିଶ୍ରଣ ଲାଗିରହିଛି। ଭାଜପା ଜିଲା ପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ ବିଜେଡି ପ୍ରାର୍ଥତ୍ନୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଥିବା ବେଳେ ବିଜେଡିର ଜିଲା ପରିଷଦ ସଭ୍ୟା ସାବିତ୍ରୀ ପାଢୀ ଓ ସଭ୍ୟ ଉମାକାନ୍ତ ମହାରଣାଙ୍କ ନୀରବତା ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ବିଧାୟକ ଜ୍ୟୋତି ପାଣିଗ୍ରାହୀ ୨୨ତାରିଖ ସକାଳ ୯ଟାରେ ବିଜେଡିରୁ ଇସ୍ତଫା ଦେବାର ୨୪ ଘଣ୍ଟା ନ ପୂରୁଣୁ ଇସ୍ତଫା ପ୍ରତ୍ୟାହାର ସହ ଜିଲା ସଭାପତି ହେବା ଭଳି ନାଟକୀୟ ଘଟଣାବଳୀ ସିମୁଳିଆ ରାଜନୈତିକ ସମୀକରଣକୁ ଓଲପାଲଟ କରିଦେଇଛି। ବିଧାୟକ ମଙ୍ଗଳବାର ସୁବାସିନୀଙ୍କ ସହ ପ୍ରଚାର ମଇଦାନକୁ ଓହ୍ଳାଇଛନ୍ତି। ବିଜେଡି ଏଠାରେ ପ୍ରଥମ କରି ସୁଯୋଗ ଦେଇଥିବା ମହିଳା ପ୍ରାର୍ଥୀ ଜିତିବେ ବୋଲି ଦଳୀୟ ସମର୍ଥକମାନେ କହୁଥିବା ଶୁଣିବାକୁ ମିଳୁଛି। ସେପଟେ ବିଧାୟକଙ୍କୁ ହାଇଜାକ୍‌ କରାଯିବା, ଇସ୍ତଫା ପ୍ରତ୍ୟାହାର ପାଇଁ ଚାପ ପକାଯିବା ଭଳି ପ୍ରସଙ୍ଗ ଉଠାଇ ସ୍ଥିର ସରକାର ପାଇଁ ଭାଜପାକୁ ବିପୁଳମାତ୍ରାରେ ଭୋଟଦେଇ ବିଜୟୀ କରାଇବେ ବୋଲି ପଦ୍ମଲୋଚନଙ୍କ ସମର୍ଥକମାନେ ସଭାସମିତିରେ କହୁଛନ୍ତି। ସେପଟେ ସିମୁଳିଆ ଖଇରା ଭୋଟର ଅଞ୍ଚଳର ବିକାଶ ପାଇଁ କଂଗ୍ରେସକୁ ବିଜୟୀ କରାଇବେ ବୋଲି କଂଗ୍ରେସ ସମର୍ଥକମାନେ ସଭାସମିତିରେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri