କର୍ଲାମୁଣ୍ଡା,୧୯ା୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମୋଟ୍ ୨ଟି ଜିଲା ପରିଷଦ ଆସନ ପାଇଁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରି ନ ଥିଲେ ହେଁ ଏହି ବ୍ଲକର ‘ଖ’ ଜୋନ୍ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ରେଗଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସାମାଜିକ କର୍ମୀ ସୁରେଶ ଚୌଧୁରୀ ବୁଧବାର ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଅନ୍ୟ ପଟେ ଏହି ଜୋନ୍ରେ ଭାଜପାରୁ ଟିକେଟ ପାଇଁ ଜୟନ୍ତୀ ସାହୁ,ନବୀନ ସାହୁ ଦୌଡ଼ରେ ଥିବା ବେଳେ ବିଜେଡି ପକ୍ଷରୁ କୁନି ସାହୁ,ସଂଯୁକ୍ତା ସାହୁ,ବିରଞ୍ଚି ରଣା, ଭୋଜବନ୍ତି ସାହୁ,ଦେବରାଜ ରଣା, ମାଧବ ସାହୁ ଦଳୀୟ ଟିକେଟ ପାଇଁ ଆଶାୟୀ ରହିଥିବା ସୂଚନା ମିଳିଛି।