Categories: ଜାତୀୟ

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କଂଗ୍ରେସ ପାଳିଲା କଳା ଦିବସ

ଶ୍ରୀନଗର,୫ା୮: ଧାରା ୩୭୦ ଉଚ୍ଛେଦ ହେବାର ୫ ବର୍ଷ ଅବସରରେ ଭାଜପା ଜମ୍ମୁ-କଶ୍ମୀର’ଏକତା ମହୋତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରିଛି। ଜମ୍ମୁ-କଶ୍ମୀର କଂଗ୍ରେସ ସୋମବାର ଅର୍ଥାତ୍‌ ଅଗଷ୍ଟ ୫କୁ କଳା ଦିବସ ଭାବରେ ପାଳନ କରିଛି। ଏହି ଅବସରରେ କଂଗ୍ରେସ ଭାଜପା ତଥା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛି। ଜମ୍ମୁ-କଶ୍ମୀର କଂଗ୍ରେସ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛି,  ‘ ୫ଅଗଷ୍ଟ ଜମ୍ମୁ-କଶ୍ମୀର ପାଇଁ ଏକ କଳା ଦିନ .. । ଏହି ଦିନ ଭାଜପା ଆମର ରାଜ୍ୟତାକୁ ଛଡ଼ାଇ ନେଇଥିଲା।’

କହିରଖୁଛୁ, ୫ ପୂର୍ବେ ଅର୍ଥାତ୍‌ ଅଗଷ୍ଟ ୨୦୧୯ରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଧାରା ଉଚ୍ଛେଦ କରିଦେଇଥିଲେ। କେନ୍ଦ୍ର ସରକାର କେବଳ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ସ୍ଥିତିକୁ ହଟାଇ ନାହାନ୍ତି ବରଂ ସେହି ଦିନ ଜମ୍ମୁ-କଶ୍ମୀରରୁ ମଧ୍ୟ ରାଜ୍ୟତା ହଟାଯାଇଥିଲା। ୫ ଅଗଷ୍ଟ ୨୦୧୯ରେ ସଂସଦରେ ପାରିତ ହୋଇଥିବା ନୂତନ ନିୟମ ଅନୁଯାୟୀ ଲଦାଖ ଜମ୍ମୁ-କଶ୍ମୀରରୁ ଅଲଗା ହୋଇ ଦୁଇଟି ୟୁନିଅନରେ ବିଭକ୍ତ ହୋଇଥିଲା।

Share