ଦେବଗଡ଼ ବିଧାୟକଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ଦେବଗଡ଼,୨ା୫(ଡି.ଏନ୍‌.ଏ.): ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ବହିଷ୍କାର ଦାବି କରାଯାଇଛି। ତିଲେଇବଣି ବ୍ଲକ ବିଡିଓଙ୍କୁ ଆକ୍ରମଣ ଘଟଣାରେ ବହିଷ୍କାର ଦାବି ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି କଂଗ୍ରେସ। ଦେବଗଡ଼ ଜିଲା ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରିଛନ୍ତି।

Share