ନିର୍ବାଚନୀ ସଭାରେ ନାଚିଲେ କଂଗ୍ରେସ ଜିଲା ସଭାପତି

ଉମରକୋଟ, ୧୩।୨(ସ୍ବ.ପ୍ର.): ଉମରକୋଟ ବ୍ଲକ କୁର୍ସୀରେ କଂଗେସ ଜିଲା ପରିଷଦ ପ୍ରାର୍ଥୀ ଦୀପା ରାୟ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଏକ ନିର୍ବାଚନୀ ସଭା କରାଯାଇଛି। ଏହି ସମୟରେ ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଓ ପୂର୍ବତନ କାଉନ୍‌ସିଲର ମୁନା ପାଢି ଆଦିବାସୀ ଯୁବତୀଙ୍କ ଦେଶିଆ ନାଚ କରିଛନ୍ତି।
ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ବାବୁଲା ପଟ୍ଟନାୟକ, ଉମରକୋଟ ନଗର ସଭାପତି ଟୁଲୁ ସାହୁ, ପୂର୍ବତନ କାଉନସିଲର ମୁନା ପାଢ଼ି,ଅମୂଲ୍ୟ ପଟ୍ଟନାୟକ, କୃଷ୍ଣ ମାଝି, ଇସା ଲାଠିଆ, ସୁରେଶ ବେହେରା, ସୁରେନ୍ଦ୍ର ନାୟକ ଓ ବରିଷ୍ଠ ଆଇନଜୀବୀ ଶଙ୍କର ଦେ ପ୍ରମୁଖ କୁର୍ସୀରେ ପହଞ୍ଚତ୍ ଥିଲେ। ଆଦିବାସୀ ମହିଳାମାନେ ନୃତ୍ୟର ତାଳେତାଳେ ତାଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ। ପରେ ଜିଲା ସଭାପତି ମୁନା ତ୍ରିପାଠୀ ଓ ପୂର୍ବତନ କାଉନ୍‌ସିଲର ମୁନା ପାଢ଼ୀ ଆଦିବାସି ଯୁବତୀଙ୍କ ସହ ଦେଶିଆ ନାଚ କରି ସ୍ଥାନୀୟ ଭୋଟରଙ୍କ ମନ ଜିଣି ପାରିଥିଲେ। ଏହାପରେ ଏକ ବୈଠକ କରାଯାଇଥିଲା। ଜିଲା ସଭାପତି ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ପ୍ରବଳ ବର୍ଷି ଥିଲେ। ରାଜ୍ୟ ସରକାରଙ୍କ ୨୦ ବର୍ଷ ଶାସନରେ କୁର୍ସୀ ଅଞ୍ଚଳର ବିକାଶ ହୋଇନି। ଗତ ନିର୍ବାଚନର ଭାଜପା ପଞ୍ଚାୟତ ଦଖଲ କରିଥିଲେ ମଧ୍ୟ ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଇ ଲୋକଙ୍କ ସମସ୍ୟାକୁ ଭୁଲିଗଲେ ବୋଲି ସେ କହିଛନ୍ତି। କେନ୍ଦ୍ର କଂଗ୍ରେସ ଅମଳର ଯୋଜନା ନାମ ବଦଳାଇ ବାହାବାହି ନେଉଛି ବୋଳି ସେ କହିଛନ୍ତି। କଂଗେସ କ୍ଷମତାକୁ ଆସିଲେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯିବ ବୋଲି ମୁନା ତ୍ରିପାଠୀ କହିଛନ୍ତି।