ଭୁବନେଶ୍ବର, ୮।୧୨(ବ୍ୟୁରୋ): ତୁରନ୍ତ କୃଷି ଋଣ ଛାଡ ସହ ଚାଷୀଙ୍କ ଫସଲ କ୍ଷୟକ୍ଷତି ବାବଦକୁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ପାଇଁ କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଗତ ରେକର୍ଡ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବାରୁ ସ୍ବତନ୍ତ୍ର ପ୍ୟାକେଜ ଦାବି କରିଛି ଦଳ। ଏହାସହ ରିଲିଫ କୋଡ ବଦଳାଇବାକୁ ବି କଂଗ୍ରେସ ଦାବି କରିଛି। ନ ହେଲେ ୧୫ରୁ ଆନ୍ଦୋଳନକୁ ଓହ୍ଲାଇବ କିଷାନ କଂଗ୍ରେସ । ଖବରଦାତା ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ କହିଛନ୍ତି। ଦଳର ଜିଲା ସ୍ତରର ନେତାମାନେ ବିଭିନ୍ନ ଅଞ୍ଚଳ ଗ୍ରାଉଣ୍ଡକୁ ଯାଇ ଦେଖିଥିଲେ । ରାଜ୍ୟ ସରକାର ଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଦାବି ଜଣାଇଛନ୍ତି।