Posted inଜାତୀୟ

କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ

ପୁଣେ,୨୫।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି ଶୁକ୍ରବାର ଏନସିପି ଅଜିତ ପାୱାର ଦଳରେ ଯୋଗ ଦେଇଛନ୍ତି। ଅଜିତ ପାୱାର ଏନସିପି ଦଳରେ ଯୋଗଦେବା ମାତ୍ରେ ଦଳ ତାଙ୍କୁ ଟିକେଟ ଦେବାକୁ ଘୋଷଣା କରିଥିଲେ। ଏଥର ମଧ୍ୟ ସେ ତାଙ୍କ ପୁରୁଣା ବିଧାନସଭା ନିର୍ବାଚନମଣ୍ଡଳୀ ବାନ୍ଦ୍ରା ଇଷ୍ଟରୁ ନିର୍ବାଚନ ଲଢିବେ। ଜିଶାନ ଏବେ କଂଗ୍ରେସ ବିଧାୟକ ରହିଛନ୍ତି। କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରିଥିଲା।

ବାନ୍ଦ୍ରା ପୂର୍ବ ବିଧାୟକ ଜିଶାନଙ୍କ ସହ ଏନସିପି ଅଜିତ ପାୱାର ଦଳରେ ଆଉ ଚାରିଜଣ ନେତା ଯୋଗ ଦେଇଛନ୍ତି। ଏହି ନେତାଙ୍କ ମଧ୍ୟରେ ତସଗାଓଁ କଭାଥେରୁ ସଞ୍ଜୟ କାକା ପାଟିଲ, ୱାରୁଦ ମୁର୍ସିରୁ ଦେବେନ୍ଦ୍ର ଭୁୟାର, ଇସଲାମପୁରର ନିଶିକାନ୍ତ ପାଟିଲ ଏବଂ ପୂର୍ବତନ ଭାଜପା ଏମ୍‌ପି ତଥା ଲୋହା କାନ୍ଦାହାରର ପ୍ରତାପ ଚିଖଲିକର ଅଛନ୍ତି।

ଅଜିତ ପାୱାର ଦଳରେ ଯୋଗଦେବା ପରେ ଜିଶାନ କହିଛନ୍ତି, ଏନସିପି ସହ କାମ କରିବା କିଛି ନୂଆ କଥା ନୁହେଁ। ପୂର୍ବ ନିର୍ବାଚନରେ ଆମେ ଏନସିପି ସହିତ କାମ କରିଥିଲୁ। ବର୍ତ୍ତମାନ ଏପ୍‌ସିପିରେ କାମ କରବାକୁ ଆହୁରି ଇଚ୍ଛୁକ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ନୀତୀଶ କୁମାରଙ୍କୁ ଭେଟିଲେ ଖାନ ସାର୍‌, ବଢୁଛି ରାଜନୈତିକ ଉଷ୍ମତା

ପାଟନା,୨୫।୧୦: ଏବେ ବିହାରର ରାଜଧାନୀ ପାଟନାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରତିଯୋଗିତାମୂଳକ ପରୀକ୍ଷାର ଜଣାଶୁଣା ଶିକ୍ଷକ ଖାନ ସାର୍‌ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଉପରେ ବଡ ଆକ୍ସନ

ନୂଆଦିଲ୍ଲୀ,୨୫।୧୦: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ବଡ ସଫଳତା ମିଳିଛ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ, ପ୍ୟାନ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ...

ଦୀପାବଳି ପୂର୍ବରୁ ମୋଦି ସରକାର ଦେଲେ ବଡ଼ ଉପହାର, ଘୋଷଣା କଲେ…

ନୂଆଦିଲ୍ଲୀ,୨୫।୧୦: ଦୀପାବଳି ପୂର୍ବରୁ ମୋଦି ସରକାର ଉଦ୍ୟୋଗୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଡବଲ ଋଣ ପାଇବେ।...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ନ୍ୟୁଜିଲାଣ୍ଡ ଆଗୁଆ

ପୁଣେ,୨୫।୧୦: ପୁଣେର ମହାରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଚାଲିଛି। ଟସ ଜିତିବା...

ମୋଦି ଲଡୁ ନାମରେ ପ୍ରସିଦ୍ଧ ଏହି ମିଠା, ଏହାର ଓଜନ ଆଉ ମୂଲ୍ୟ ଜାଣିଲେ…

ଭାଗଲପୁର,୨୫।୧୦: ଆପଣ କେବେ ମୋଦି ଲଡୁ ଖାଇଛନ୍ତି କି? ଆପଣ ଜାଣନ୍ତି କି ମୋଦି ଲଡୁ କେଉଁଠାରେ ଉପଲବ୍ଧ? ଆପଣ ଏହାର ମୂଲ୍ୟ ଜାଣିଛନ୍ତି କି?...

ଭାଜପା ନେତାଙ୍କ ସ୍କୁଲ ବସ୍‌ ଉପରକୁ ଗୁଳିମାଡ଼: ଡରିକି ଛାନିଆ ୨୮ ଛାଛ୍ରୀଛାତ୍ର

ଲକ୍ଷ୍ନୌ,୨୫।୧୦: ଉତ୍ତର ପ୍ରଦେଶର ଗଜରୌଲାରେ ଭାଜପା ଜିଲା ଉପାଧ୍ୟକ୍ଷ ତଥା ବ୍ଲକ ମୁଖ୍ୟ ମୀନାକ୍ଷୀ ଚୌଧୁରୀଙ୍କ ସ୍ବାମୀ ଚୌଧୁରୀ ବିରେନ୍ଦ୍ର ସିଂଙ୍କ ସ୍କୁଲ ବସ୍ରେ ତିନିଜଣ...

ଝାଡ଼ଖଣ୍ଡରେ ‘ଦାନା’ର ପ୍ରଭାବ, ସ୍କୁଲ ବନ୍ଦ

ରାଞ୍ଚି,୨୫।୧୦: ଝାଡ଼ଖଣ୍ଡର ଅନେକ ଅଞ୍ଚଳରେ ସାଇକ୍ଲୋନିକ ଷ୍ଟର୍ମ ‘ଦାନା’ର ପ୍ରଭାବ ଦୃଶ୍ୟମାନ ହୋଇଛି। ଗୁରୁବାର ଠାରୁ ରାଜ୍ୟର କୋଲହାନ ଡିଭିଜନର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri