ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ

କଟକ ଅଫିସ,୨ା୩(ବ୍ୟୁରୋ): ପୌର ନିର୍ବାଚନ ପାଇ ରାଜନୀତି ପାଣିପାଗ ସରଗରମ ହୋଇଛି। ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନେତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏହାରି ଭିତରେ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଚଳିତ ପୌର ନିର୍ବାଚନ କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ଥୀ ଭାବେ ଗିରିବାଳା ବେହେରାଙ୍କ ନାମ ପ୍ରକାଶ କରାଯାଇଛି। ଏନେଇ କଂଗ୍ରେସ ଭବନରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହ କଟକ ମହାନଗର ସମସ୍ତ କର୍ପୋରେଟର ପ୍ରାର୍ଥୀ ମଧ୍ୟ ଚୂଡ଼ାନ୍ତ ହୋଇଛି। ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଭୁବନେଶ୍ୱର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Share