Categories: ଜାତୀୟ

ଝିଅ ପାଇଁ ଭୋଟ ମାଗିବାବେଳେ ଭାବପ୍ରବଣ ହେଲେ କଂଗ୍ରେସ ନେତା

ଡେରାଡୁନ,୨।୨:କଂଗ୍ରେସ ନେତା ହରିଶ ରାୱତ ବୁଧବାର ଝିଅ ଅନୁପମା ରାୱତଙ୍କ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି। ଅନୁପମା ହେଉଛନ୍ତି ହରିଦ୍ୱାର ଗ୍ରାମୀଣ ବିଧାନସଭାର କଂଗ୍ରେସ ପ୍ରାର୍ଥୀ। ହରିଶ ମଧ୍ୟ ଏଠାରେ ଏକ ସମାବେଶକୁ ସମ୍ବୋଧିତ କରି ଝିଅ ପାଇଁ ଭୋଟ ମାଗିଥିଲେ। ଏହି ସମୟରେ ସେ ବୃଦ୍ଧାବୃଦ୍ଧଙ୍କୁ ଦେଖି ଭାବପ୍ରବଣ ହୋଇ ପଡିଥିଲେ। ୨୦୧୭ରେ ସେ ଏହି ଆସନରେ ପାଇଥିବା ପରାଜୟକୁ ମନେ ପକାଇଲେ। ବାପାଙ୍କୁ ଭାବପ୍ରବଣ ଦେଖି ତାଙ୍କ ଝିଅ ମଧ୍ୟ ଆଖିରେ ଲୁହ ଆସିଯାଇଥିଲା।
ହରିଶ ରାୱତ ଏଠାରେ ଫେରୁପୁରରେ ଅନୁପମାଙ୍କ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ଉଦଘାଟନ କରିଥିଲେ। ଏହି ଅବସରରେ ତାଙ୍କ ସମର୍ଥକଙ୍କ ବହୁ ସଂଖ୍ୟାରେ ପହଞ୍ଚିଥିଲେ। ଏଠାରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ହରିଶ କହିଥିଲେ, ମୁଁ ୨୨ ବର୍ଷ ଧରି ହରିଦ୍ୱାରବାସୀଙ୍କ ସେବା କରୁଛି। ୨୦୧୭ରେ ପରାଜୟ ପ୍ରତିଶୋଧ ମୋ ଝିଅ ନେବେ ବୋଲି ସେ କହିଛନ୍ତି।

Share