ଚଣ୍ଡିଗଡ,୧୪।୨:ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ଗୋଷ୍ଠୀକନ୍ଦଳ ଥମିବାର ନାଁ ନେଉନାହିଁ। ପଟିଆଲାରୁ କଂଗ୍ରେସ ଏମ୍ପି ଥିବା ପରନୀତ କୌର ଏବେ ଭାଜପା ବୈଠକରେ ସାମିଲ ହୋଇଛନ୍ତି। ଏହାପୂର୍ବରୁ ସେ ଭାଜପା ପାଇଁ ପ୍ରଚାର ମଧ୍ୟ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସ୍ତ୍ରୀ ପରନୀତ କୌର ଏହା ସ୍ପଷ୍ଟ କରିସାରିଛନ୍ତି ଯେ ସେ ତାଙ୍କ ପରିବାର ସହିତ ଅଛନ୍ତି। ପଞ୍ଜାବ ବିଧାନସଭା ନିର୍ବାଚନରେ ପରନୀତ ଏବେ ଅମରିନ୍ଦର ସିଂଙ୍କ ପାଇଁ ପ୍ରଚାର କରୁଛନ୍ତି।
ଗତ ବର୍ଷ ପଞ୍ଜାବ ପ୍ରଦେଶର ବରିଷ୍ଠ ନେତା ନବଜୋତ ସିଂ ସିଦ୍ଧୁଙ୍କ ସହ ତିକ୍ତତା ଯୋଗୁୁ ଅମରିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ ଚେୟାର ଛାଡିବାକୁ ପଡିଥିଲା। ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ରାଗି ଅମରିନ୍ଦର ଏକ ନୂତନ ଦଳ ପଞ୍ଜାବ ଲୋକ କଂଗ୍ରେସ ଗଠନ କରିଛନ୍ତି। ବିଧାନସଭା ନିର୍ବାଚନ ପାଇଁ କ୍ୟାପଟେନଙ୍କ ଦଳ ଭାଜପା ସହ ବମେଣ୍ଟ କରିଛି।