ତିର୍ତ୍ତୋଲ ବ୍ଲକ ଲାଗି କଂଗ୍ରେସ ପ୍ରଚାର କମିଟି ଚୂଡ଼ାନ୍ତ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନକୁ ନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଆସନ ଅକ୍ତିଆରକୁ ନେବା ପାଇଁ କଂଗ୍ରେସ ପ୍ରସ୍ତୁତି ଚଳାଇଛି। ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକୁ ପରିଚାଳନା କରିବା ପାଇଁ ଦଳ ପକ୍ଷରୁ ଏକ କମିଟି ଚୂଡ଼ାନ୍ତ କରାଯାଇଛି। ପିସିସି ନିର୍ବାଚନ କମିଟି ଅଧ୍ୟକ୍ଷ ଚିରଞ୍ଜୀବ ବିଶ୍ୱାଳଙ୍କ ସୁପାରିସକ୍ରମେ ତିର୍ତ୍ତୋଲ ବ୍ଲକ ନିର୍ବାଚନ ପ୍ରଚାର କମିଟିକୁ ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି କମିଟିର ଆବାହକ ଅକ୍ଷୟ କୁମାର ଦାସ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ବେହେରା, ସୟଦ ଖଲି କୁଦ୍‌ ଜମା, ସୟଦ କଲାମ ଅଲ୍ଲୀ, ବସନ୍ତ କୁମାର ସେଠୀ, ଧନଞ୍ଜୟ ସୁତାର, ଅଜୟ କୁମାର ରାଉଳ, ଅଶୋକ କୁମାର ମହାନ୍ତି, ନିହାର ରଞ୍ଜନ ନାୟକ ଓ ନିରଞ୍ଜନ ମହାନ୍ତି ପ୍ରମୁଖ ରହିଛନ୍ତି ବୋଲି ଦଳୀୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି।

Share