ବଲାଙ୍ଗୀର ଅଫିସ,୨୩।୨: ବଲାଙ୍ଗୀର ଟାଉନ କଂଗ୍ରେସ ପକ୍ଷରୁ ଭୂମିହୀନ, ବାସହୀନ ଲୋକଙ୍କୁ ବିନାମୂଲ୍ୟରେ ଜମି ଯୋଗାଇ ଦେବା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପଦର୍ଶନ କରାଯାଇଛି। ବଲାଙ୍ଗୀର ସହରରେ ବିଭିନ୍ନ ସରକାରୀ ଜମିକୁ ଜବରଦଖଲ କରି ଗରିବ ଖଟିଖିଆ ପରିବାର ନିଜ ପାଇଁ ଘର ଖଣ୍ଡେ ତିଆରି କରି ସେଠାରେ ନିଜର ପେଟପାଟଣା କରୁଛନ୍ତି। ସରକାରୀ ଯୋଜନା ଅନ୍ତର୍ଗତ ଗରିବ ତଥା ଭୂମିହୀନ, ବାସହୀନ ଲୋକଙ୍କୁ ସରକାର ବିନାମୂଲ୍ୟରେ ଜମି ବାସଗୃହ ଯୋଗାଇଦେବା କଥା l କିନ୍ତୁ ତାହା ନ କରି ଜିଲାପାଳ ଭୂମିହୀନଙ୍କୁ ବିନା ଥଇଥାନରେ ସେମାନେ ରହୁଥିବା ଜାଗାକୁ ତାଙ୍କ ଘରଦାର ଭାଙ୍ଗି ସେମାନଙ୍କୁ ବେଦଖଲ କରୁଛି l ସରକାରୀ ଜମିରୁ ଉଚ୍ଛେଦ କରାଯାଇଥିବା ଗରୀବ ଭୂମିହୀନ, ବାସହୀନ ଲୋକଙ୍କୁ ଜମି ଓ ବାସଗୃହ ତୁରନ୍ତ ଯୋଗାଇ ଦିଆଯାଉ ନଚେତ୍ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ। ଯଦି ଏଥିରେ କୌଣସି ଧନଜୀବନ କ୍ଷତି ହୁଏ ତେବେ ପ୍ରଶାସନ ଦାୟୀ ରହିବେ ବୋଲି ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଚେତାବନୀ ଦେଇଛନ୍ତି l