ବଗଲାକୁ ନେଇ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ପୂରୀ ଅଫିସ, ୨୫।୮: ବଗଲା ଧର୍ମଶାଳା ଜମି ବିବାଦ ଦିନକୁ ଦିନ ଅଧିକ ତୀବ୍ର ହେଉଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ରାଜନୈତିକ ଦଳ ବିରୋଧ କରୁଛନ୍ତି। ୪ ଦିନ ହେଲା ଭାଜପା ପକ୍ଷରୁ ଧର୍ମଶାଳା ସମ୍ମୁଖରେ ଧାରଣା ଦିଆଯାଉଥିବା ବେଳେ ମଙ୍ଗଳବାର କଂଗ୍ରେସ ରାସ୍ତାକୁ ଓହ୍ଲାଇଛି। ଜିଲା ଯୁବ କଂଗ୍ରେସ ପକ୍ଷରୁ ବଗଲା ଧର୍ମଶାଳା ସମ୍ମୁଖରେ ପ୍ରତିବାଦ ସଭା କରାଯାଇଛି। ଏଥିରେ ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ, କଂଗ୍ରେସର ମୁଖପାତ୍ର ସତ୍ୟପ୍ରକାଶ ନାୟକ ପ୍ରମୁଖ ଏଥିରେ ସାମଲ ହୋଇ ବଗଲା ଜମି ବିକ୍ରିକୁ ତୀବ୍ର ବିରୋଧ କରିଥିଲେ। ବର୍ତ୍ତମାନ ସୁଦ୍ଧା ଯେଉଁ ବିକ୍ରି କବଲା କରାଯାଇଛି ତାହାକୁ ରଦ୍ଦ କରିବା ପାଇଁ ଦାବି କରିଥିଲେ। ଏଥିସହ ଏହି ପୂରାତନ ଧର୍ମଶାଳାର ପୂନରୁଦ୍ଧାର କରାଯାଇ ଗରିବ ଭକ୍ତଙ୍କ ରହଣି ନିମନ୍ତେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ ଦାବି ରଖିଛନ୍ତି। ଏଥିରେ ଜିଲା ଯୁବ କଂଗ୍ରେସର ବହୁ ସଦସ୍ୟ ସାମିଲ ଥିଲେ।

Share