Categories: ଜାତୀୟ

୧୫ରେ କୃଷକ ଅଧିକାର ଦିବସ ପାଳନ କରିବ କଂଗ୍ରେସ

ନୂଆଦିଲ୍ଲୀ,୯।୧: କୃଷି ଆଇନକୁ ବିରୋଧ କରିବା ସହ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଜାନୁୟାରୀ ୧୫ରେ କୃଷକ ଅଧିକାର ଦିବସ ପାଳନ କରିବାକୁ କଂଗ୍ରେସ ପକ୍ଷରୁ ଷୋଷଣା କରାଯାଇଛି। ଏହିଦିନ ଦେଶର ସବୁ ରାଜ୍ୟପାଳଙ୍କ ବାସଭବନ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଇତିମଧ୍ୟରେ ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ହୋଇଥିବା ବେଳେ କୌଣସି ସମାଧାନ ହୋଇପାରି ନାହିଁ। ଅନ୍ୟପକ୍ଷେ ୧୫ ତାରିଖରେ ଚାଷୀ ସଙ୍ଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଗାମୀ ବୈଠକ ବସିବା ନେଇ ସ୍ଥିର ହୋଇଛି। ଏହିଦିନ କଂଗ୍ରେସ କୃଷକ ଅଧିକାର ଦିବସ ପାଳନ କରିବ। ଶନିବାର ଏନେଇ ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲାଙ୍କ ନେତୃତ୍ୱରେ ଏକ ବୈଠକ ହୋଇଥିଲା। ଏଥିରେ ଦଳର ମହାସଚିବ ବେଣୁଗୋପାଳଙ୍କ ସହ ସମସ୍ତ ପ୍ରଭାରୀ ଓ ମହାସଚିବଙ୍କ ଉପସ୍ଥିତ ଥିଲେ।

Share