Posted inଜାତୀୟ

ହାଥରସ୍‌ ଦଳାଚକଟା ପଛରେ ଷଡ଼ଯନ୍ତ୍ର: ଭୋଲେ ବାବାଙ୍କ ଓକିଲ

ହାଥରସ୍‌,୪।୭: ହାଥରସ୍‌ ଦଳାଚକଟା ପଛରେ ଅସାମାଜିକ ତତ୍ତ୍ୱଙ୍କ ହାତ ରହିଛି ବୋଲି ଭୋଲେ ବାବାଙ୍କ ଓକିଲ ଏ.ପି. ସିଂ ଅଭିଯୋଗ ଆଣିଛନ୍ତି। ସତ୍‌ସଙ୍ଗ ବେଳେ ଭୋଲେ ବାବାଙ୍କ ପାଦ ଛୁଇଁବାକୁ ନେଇ ଅନୁଗାମୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବାରୁ ଏଭଳି ସ୍ଥିତି ଉପୁଜିଥିବା ବିଷୟକୁ ସେ ଖଣ୍ଡନ କରିଛନ୍ତି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସିଂ କହିଛନ୍ତି, କେତେଜଣ ଅସାମାଜିକ ବ୍ୟକ୍ତି ଏହି ଷଡ଼ଯନ୍ତ୍ର ରଚିଥିଲେ। ବାବା ସ୍ଥାନ ଛାଡ଼ି ନିଜ ଗାଡ଼ି ନିକଟକୁ ଯିବାବେଳେ ଆମ ସ୍ବେଚ୍ଛାସେବୀ ଓ ଅନୁଗାମୀମାନେ ଷଡ଼ଯନ୍ତ୍ର ବିଷୟରେ ଜାଣିପାରି ନ ଥିଲେ। ଭୋଲେ ବାବା ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ ଥିବା ସେ ଏକ ସାକ୍ଷାତ୍‌କାରରେ ସୂଚନା ଦେଇଛନ୍ତି। ପ୍ରକାଶ ଯେ ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଦୋଷୀମାନଙ୍କ ପାଇଁ ଲଢ଼ି ଏ.ପି. ସିଂ ଚର୍ଚ୍ଚାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତ ଗତିରେ ବଢି ଚାଲିଛି ଇ-କମର୍ସ କମ୍ପାନୀଙ୍କ ତେଜରାତି ବ୍ୟବସାୟ, ମୁଣ୍ଡରେ ହାତ ଦେଲେଣି ଖୁଚୁରା ଦୋକାନୀ

ନୂଆଦିଲ୍ଲୀ,୧୯।୧୧: ଖାଉଟି କ୍ରେତାଙ୍କୁ ବଡ଼ ମାତ୍ରାରେ ରିହାତି ଦେଇ ନିଜ ଆଡକୁ ଆକୃଷ୍ଟ କରୁଛନ୍ତି ଇ-କମର୍ସ କମ୍ପାନୀ। ପାର୍ବଣ ସମୟରେ ଏହା ଆହୁରି ଅଧିକ ରହୁଛି।...

Featured Video Play Icon

ବିଗୁଡୁଛି ଦିଲ୍ଲୀର ସ୍ଥିତି

ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଦିଲ୍ଲୀର ବାୟୁପ୍ରଦୁଷଣ । ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି । ଆଜି ଦିଲ୍ଲୀର ଅନେକ ସ୍ଥାନରେ ୫୦୦ ପାର ହୋଇସାରିଲାଣି...

ଟେନଶନରେ ଭାରତ, ଆମେରିକା ସହ ହେବାକୁ ଯାଉଛି ବଡ଼ ଯୁଦ୍ଧ!

ନୂଆଦିଲ୍ଲୀ,୧୯।୧୧:ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନ ପରେ ଭାରତ ସହ ସମ୍ପର୍କକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଆସୁୁଥିବା ଖବର ହେଉଛି ଆମେରିକା...

ଖୁବଶୀଘ୍ର ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୯।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଖୁବଶୀଘ୍ର ଭାରତ ଗସ୍ତ କରିବେ। ପୁଟିନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଖବରକୁ ସୁନିଶ୍ଚିତ କରାଯାଇଛି। ଏହି ଗସ୍ତ ପାଇଁ...

ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି, ଅନ୍‌ଲାଇନରେ ଚାଲିବ କୋର୍ଟ

ନୂଆଦିଲ୍ଲୀ,୧୯।୧୧: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି। ସବୁ କୋର୍ଟଙ୍କୁ ଯଥାସମ୍ଭବ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ଭିଡିଓ କନଫରେନ୍ସିଂ...

କେମିକାଲ ଆଳୁ ଖାଉଥିଲେ ସାବଧାନ, ହୋଇପାରେ ସ୍ବାସ୍ଥ୍ୟହାନୀ

ନୂଆଦିଲ୍ଲୀ,୧୯।୧୧: ବର୍ତ୍ତମାନ ସୁଦ୍ଧା ଆପଣ ଅମଳ ବୃଦ୍ଧି, ପନିପରିବା ସତେଜ ରଖିବା, ଲାଉ, କଖାରୁ ଆଦି ଶୀଘ୍ର ବଢିବା ଏବଂ ଫଳ ପାଚିବା ପାଇଁ ରାସାୟନିକ...

ଭାଜପା ନିକଟରେ ‘ବାଣ୍ଟିବା’ ଛଡା ଅନ୍ୟ ବିକଳ୍ପ ନାହିଁ: ମନୋଜ ଝା

ପାଟନା,୧୯।୧୧: ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ନିର୍ବାଚନକୁ ନେଇ ଆରଜେଡି ଏମପି ମନୋଜ ଝା ମଙ୍ଗଳବାର କହିଛନ୍ତି ଯେ ସେଠାରେ ଏକପାଖିଆ ବାତାବରଣ ରହିଛି। ଭାଜପା ସେଠାରେ...

ମହାରାଷ୍ଟ୍ର-ଝାଡ଼ଖଣ୍ଡ ବିଧାନସଭା ପାଇଁ କାଲି ଭୋଟିଂ, ବାହାରିଲେଣି ପୋଲିଂ ପାର୍ଟି

ନୂଆଦିଲ୍ଲୀ,୧୯।୧୧: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବ୍ୟତୀତ ଆସନ୍ତାକାଲି ଅର୍ଥାତ୍‌ ବୁଧବାର (୨୦ ନଭେମ୍ବର) ଉପ-ନିର୍ବାଚନ ପାଇଁ ଭୋଟ ମଧ୍ୟ ଅନୁଷ୍ଠିତ ହେବ। ପୋଲିଂ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri