Categories: ଜାତୀୟ

ହାଥରସ୍‌ ଦଳାଚକଟା ପଛରେ ଷଡ଼ଯନ୍ତ୍ର: ଭୋଲେ ବାବାଙ୍କ ଓକିଲ

ହାଥରସ୍‌,୪।୭: ହାଥରସ୍‌ ଦଳାଚକଟା ପଛରେ ଅସାମାଜିକ ତତ୍ତ୍ୱଙ୍କ ହାତ ରହିଛି ବୋଲି ଭୋଲେ ବାବାଙ୍କ ଓକିଲ ଏ.ପି. ସିଂ ଅଭିଯୋଗ ଆଣିଛନ୍ତି। ସତ୍‌ସଙ୍ଗ ବେଳେ ଭୋଲେ ବାବାଙ୍କ ପାଦ ଛୁଇଁବାକୁ ନେଇ ଅନୁଗାମୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବାରୁ ଏଭଳି ସ୍ଥିତି ଉପୁଜିଥିବା ବିଷୟକୁ ସେ ଖଣ୍ଡନ କରିଛନ୍ତି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସିଂ କହିଛନ୍ତି, କେତେଜଣ ଅସାମାଜିକ ବ୍ୟକ୍ତି ଏହି ଷଡ଼ଯନ୍ତ୍ର ରଚିଥିଲେ। ବାବା ସ୍ଥାନ ଛାଡ଼ି ନିଜ ଗାଡ଼ି ନିକଟକୁ ଯିବାବେଳେ ଆମ ସ୍ବେଚ୍ଛାସେବୀ ଓ ଅନୁଗାମୀମାନେ ଷଡ଼ଯନ୍ତ୍ର ବିଷୟରେ ଜାଣିପାରି ନ ଥିଲେ। ଭୋଲେ ବାବା ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ ଥିବା ସେ ଏକ ସାକ୍ଷାତ୍‌କାରରେ ସୂଚନା ଦେଇଛନ୍ତି। ପ୍ରକାଶ ଯେ ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଦୋଷୀମାନଙ୍କ ପାଇଁ ଲଢ଼ି ଏ.ପି. ସିଂ ଚର୍ଚ୍ଚାକୁ ଆସିଥିଲେ।

Share