Posted inଜାତୀୟ

ରାମମନ୍ଦିର ଶିଖର ନିର୍ମାଣ କାର୍ଯ୍ୟ ଆରମ୍ଭ

ଅଯୋଧ୍ୟା,୩ା୧୦: ଅଯୋଧ୍ୟାର ୧୬୧ ଫୁଟ୍‌ ଉଚ୍ଚତା ବିଶିଷ୍ଟ ରାମମନ୍ଦିରର ମୁଖ୍ୟ ଶିଖର ନିର୍ମାଣ କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି। ୪ ମାସ ମଧ୍ୟରେ ଏହି ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ଦିର ନର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି। ଶିଖର ନିର୍ମାଣ ଆରମ୍ଭ ହେବା ସହ ମନ୍ଦିର ପରିସରରେ ୭ ସନ୍ଥଙ୍କ ନିମନ୍ତେ ୭ଟି ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ତ୍ୱରାନ୍ବିତ ହୋଇଛି।

ସେଗୁଡ଼ିକର ନିର୍ମାଣ କାର୍ଯ୍ୟ ୧୨୦ ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଗୁରୁବାରଠାରୁ ଏକ ୩ ଦିନିଆ ସମୀକ୍ଷା ବୈଠକ ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଶ୍ରମଶକ୍ତି ବଢ଼ାଇବା ଉପରେ ଆଲୋଚନା ହୋଇଛି। ଆବଶ୍ୟକ ପଡ଼ିଲେ ବୈଷୟିକ ଟିମ୍‌କୁ ମଧ୍ୟ ବଢ଼ାଯିବ ବୋଲି ମିଶ୍ରା କହିଛନ୍ତି। ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସମ୍ପୂର୍ଣ୍ଣ ରାମମନ୍ଦିରର ପ୍ରାଣପ୍ରତିଷ୍ଠା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଶା ଫାଉଣ୍ଡେଶନ ମାମଲା: ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ା୧୦: ଆଧ୍ୟାତ୍ମିକ ଗୁରୁ ଜଗି ବାସୁଦେବଙ୍କ କୋଏମ୍ବାଟୁରସ୍ଥିତ ଇଶା ଫାଉଣ୍ଡେନ ଆଶ୍ରମରେ ୨ ମହିଳାଙ୍କୁ ବେଆଇନ ଭାବେ ବନ୍ଧକ ରଖାଯାଇଥିବା ଅଭିଯୋଗର ପୋଲିସ ତଦନ୍ତ ଉପରେ...

ହରିୟାଣାରେ ସରିଲା ନିର୍ବାଚନ ପ୍ରଚାର: ୫ରେ ଭୋଟ

ଚଣ୍ଡିଗଡ଼,୩ା୧୦: ଆସନ୍ତା ୫ ତାରିଖରେ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଗୁରୁବାର ସନ୍ଧ୍ୟାରେ ହାଇଭୋଲ୍‌ଟେଜ୍‌ ପ୍ରଚାର ଶେଷ ହୋଇଛି। ଭାଜପା...

ରେଲୱେ କର୍ମଚାରୀଙ୍କୁ ବୋନସ: କୃଷକଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଯୋଜନା…

ନୂଆଦିଲ୍ଲୀ,୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅନେକ ବଡ ଯୋଜନା ଅନୁମୋଦନ ମିଳିଛି। ଦୀପାବଳି ପୂର୍ବରୁ...

ଦିପାବଳୀ ପୂର୍ବରୁ ରେଲଓ୍ବେ କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ,୩।୧୦: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରେଳ କର୍ମଚାରୀଙ୍କୁ...

ମରାଠୀ, ବେଙ୍ଗଲୀ ସମେତ ଏହି ସବୁ ଭାଷାକୁ ମିଳିଲା ଶାସ୍ତ୍ରୀୟ ଭାଷା ମାନ୍ୟତା

ନୂଆଦିଲ୍ଲୀ,୩।୧୦: କେନ୍ଦ୍ର ସରକାର ଗୁରୁବାର ମରାଠୀ ଏବଂ ବଙ୍ଗାଳୀ ସମେତ ଆଉ ପାଞ୍ଚଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିଛନ୍ତି। ଶାସ୍ତ୍ରୀୟ ଭାଷା...

ରାୟପୁରରେ ଚାଞ୍ଚଲ୍ୟ: ଜାଲ୍‌ ଏସ୍‌ବିଆଇ ଶାଖା ଖୋଲି ଠକିନେଲେ…

ରାୟପୁର,୩ା୧୦: ବ୍ୟାଙ୍କ କାରବାରରେ ଜାଲିଆତି, ଜାଲ୍‌ କାଗଜପତ୍ର ଦେଇ ଠକେଇ ଏବଂ ଅନ୍ୟାନ୍ୟ ଆର୍ଥତ୍କ ଦୁର୍ନୀତି ଖବର ଅନେକ ସମୟରେ ପ୍ରକାଶ ପାଇଥାଏ। ତେବେ ଛତିଶଗଡ଼ରେ...

କୋଲକାତା ମାମଲା: କଲେଜ ପରିସରରେ ପୀଡ଼ିତା ଡାକ୍ତରଙ୍କ ଷ୍ଟାଚ୍ୟୁକୁ ନେଇ ବଢିଲା ଉତ୍ତେଜନା

କୋଲକାତା,୩।୧୦: ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ନିର୍ମମ ହତ୍ୟା ଯୋଗୁଁ ସାରା ଦେଶରେ ପ୍ରସିଦ୍ଧ କୋଲକାତାର ଆରଜି କର ମେଡିକାଲ କଲେଜରେ ଏବେ ଏକ...

ବୈବାହିକ ବଳାତ୍କାରର ଅପରାଧୀକରଣକୁ ବିରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩।୧୦: ସୁପ୍ରିମକୋର୍ଟରେ ବୈବାହିକ ବଳାତ୍କାରକୁ ଅପରାଧୀକରଣ କରିବାକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର। ଅନ୍ୟାନ୍ୟ “ଉପଯୁକ୍ତ ପରିକଳ୍ପିତ ଦଣ୍ଡବିଧାନ ବ୍ୟବସ୍ଥା” ଥିବାରୁ ବୈବାହିକ ବଳାତ୍କାରକୁ ଅପରାଧୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri