ଖସୁଛି ପାଇକାରୀ ମୁଦ୍ରାସ୍ଫୀତି ହାର

ଭୁବନେଶ୍ୱର, ୧୫।୧୧: ଗତ କିଛି ମାସ ହେଲା ପାଇକାରୀ ମୁଦ୍ରାସ୍ଫୀତି ହାର କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। ଏପରିକି ଚଳିତ ବର୍ଷ ଅକ୍ଟୋବରରେ ପାଇକାରୀ ମୁଦ୍ରାସ୍ଫୀତି ହାର-୦.୫୨% ରହିଛି। ପୂର୍ବ ମାସ (ସେପ୍ଟେମ୍ବର)ରେ ପାଇକାରୀ ମୁଦ୍ରାସ୍ଫୀତି -୦.୨୬% ରହିଥିଲା। ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲଠାରୁ ଅକ୍ଟେବାର ଦୀର୍ଘ ୭ ମାସ ହେବ ପାଇକାରୀ ମୁଦ୍ରାସ୍ଫୀତି ସୂଚଙ୍କାରେ ମୂଲ୍ୟ ହ୍ରାସ ଦେଖିବାକୁ ମିଳିଛି। ଅପରପକ୍ଷରେ ୨୦୨୨ ଅକ୍ଟୋବରରେ ପାଇକାରୀ ମୁଦ୍ରାସ୍ଫୀତି ସୂଚକଙ୍କା ହାର ୮.୬୭% ରହିଥିଲାବେଳେ ଗତ ବର୍ଷ ଅକ୍ଟୋବରରେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ହ୍ରାସ ହୋଇ ୨.୫୩%ରେ ଥିଲା। ସେହିଭଳି ୨୦୨୨ ସେପ୍ଟେମ୍ବରରେ ଏହାର ହାର ୩.୩୫% ରହିଥିଲା। ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବରରେ ପାଇକାରୀ ମୁଦ୍ରାସ୍ଫୀତି ହାର ଶୂନରୁ ତଳେ ରହିଛି। ଏହାର ମୁଖ୍ୟ କାରଣ ହେଉଛି ଗତ ବର୍ଷ ସମାନ ମାସ ତୁଳନାରେ ରସାୟନିକ ଏବଂ ରସାୟନିକ ଉତ୍ପାଦ, ବିଜୁଳି, କପଡ଼ା, ଧାତୁ, ଖାଦ୍ୟ ଉତ୍ପାଦ, କାଗଜ ଏବଂ କାଗଜ ଉତ୍ପାଦ ଆଦିର ଦାମରେ ବ୍ୟାପକ ହ୍ରାସ ଦେଖିବାକୁ ମିଳିଥିଲା।

Share