ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ ତଳକୁ ଖସିଲା କଣ୍ଟେନର, ଜଣଙ୍କ ଜୀବନ ଗଲା, ତଳେ ଫସି ରହିଛନ୍ତି ୨

ବାଲେଶ୍ୱର ଅଫିସ,୧୮।୨: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଗାନ୍ଧିଛକ ନିକଟରେ ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ ତଳକୁ ଖସିପଡ଼ିଛି ଗୋରୁ ବୋଝେଇ କଣ୍ଟେନର। ଏଥିରେ ୨୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ଘଟିବା ସହ ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି। ଅନ୍ୟ ଦୁଇ ଜଣ କଣ୍ଟେନର ତଳେ ଫସି ରହିଥିବା ସୂଚନା ମିଳିଛି। ଭଦ୍ରକ ପଟୁ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖବର ପାଇ ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମୃତ୍ୟୁସଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।