ବିଦ୍ୟୁତ୍‌ ଖୁଣ୍ଟକୁ ପିଟିଲା କଣ୍ଟେନର : କେନାଲରେ ପଡ଼ିଲେ ଯୁବକ

ଭଦ୍ରକ ଅଫିସ,୨୩।୫: ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ଛକ କଲ୍ୟାଣମଣ୍ଡପ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ବିଦ୍ୟୁତ୍‌ ଖୁଣ୍ଟକୁ କଣ୍ଟେନର ଧକ୍କା ଦେବାରୁ କେବୁଲ ତାର ଛଡ଼ି ପଡିଥିଲା। ସେହି ସମୟରେ ଜଣେ ଯୁବକ ଏକ ବାଇକ୍‌ରେ ଯାଉଥିବା ବେଳେ ତାଙ୍କ ବେକରେ କେବୁଲ ତାର ଗୁଡ଼ାଇହୋଇଯାଇଥିଲା। ଫଳରେ ଯୁବକ ଜଣକ କନାଲରେ ପଢ଼ି ଯାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଧାମନଗର ଡାକ୍ତରଖାନାକୁ ନିଆଯାଇଥିଲା। ଘଟଣାସ୍ଥଳରୁ କଣ୍ଟେନର ଫେରାର ହେଇ ଯାଇଥିବା ବେଳେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।