ଦେଖାଗଲା ଆଗ୍ରୋଲାଣ୍ଡ ମହାଦ୍ୱୀପ

ନୂଆଦିଲ୍ଲୀ: ସମୁଦ୍ର ଗର୍ଭରେ ଏପରି କିଛି ଜିନିଷ ଲୁଚି ରହିଛି, ଯାହାର କଳ୍ପନା ଆମେ କେବେ ବି କରି ନ ଥିବା। ନିକଟରେ ବୈଜ୍ଞାନିକମାନେ ଏକ ମହାଦ୍ୱୀପର ସନ୍ଧାନ ପାଇଛନ୍ତି, ଯାହା କେବେ ଅଷ୍ଟ୍ରେଲିଆ ଥିଲା। ଏହା ପ୍ରାୟ ୧୫ କୋଟି ବର୍ଷ ହେବ ସମୁଦ୍ର ତଳେ ଦବି ରହିଥିଲା। ରିପୋର୍ଟ ମୁତାବକ, ନେଦରଲାଣ୍ଡ୍ସର ଯୁଟ୍ରେକ୍ଟ ୟୁନିଭର୍ସିଟିର ଏକ ଟିମ୍‌କୁ ଆଗ୍ରୋଲାଣ୍ଡ ନାମକ ଏକ ମହାଦ୍ୱୀପ ବାବଦରେ ତଥ୍ୟ ମିଳିଛି। ଏହା ପ୍ରାୟ ୩ହଜାର ଶହେ ମାଇଲର ଏକ ଅଂଶବିଶେଷ। ଏହା ଭାରତୀୟ ମହାସାଗରରେ ୧୮ ହଜାର ଫୁଟ ଗଭୀରରେ ରହିଥିଲା। ଏହାକୁ ନେଇ ଯାହା ତଥ୍ୟ ମିଳିଛି, ତାହା ଅନୁସାରେ ଟେକ୍ଟୋନିକ୍‌ ପ୍ଲେଟ୍‌ର ସ୍ଥାନାନ୍ତରଣ ବେଳେ ଏହି ମହାଦ୍ୱୀପ ହଜିଯାଇଥିଲା। ୟୁନିଭର୍ସିଟିର ଏଲଡର୍ଟ ଆଡଭୋକାଟ୍‌ଙ୍କ ମୁତାବକ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକାର ଅବସ୍ଥା ତୁଳନାରେ ଦକ୍ଷିଣ- ପୂର୍ବ ଏସିଆର ଅବସ୍ଥା ବହୁତ ଅଲଗା। ଆଗ୍ରୋଲାଣ୍ଡ ବହୁତ ଖଣ୍ଡରେ ବିଭାଜିତ ହୋଇଯାଇଛି, ଯାହାକୁ ବୈଜ୍ଞାନିକମାନେ କମ୍ପ୍ୟୁଟର ମାଧ୍ୟମରେ ଚିତ୍ରଣ କରିଛନ୍ତି। ଏପର୍ଯ୍ୟନ୍ତ ଭୂତତ୍ତ୍ୱବିତ୍‌ ଯାହା ଅନୁମାନ ଲଗାଇଛନ୍ତି ତାଙ୍କ ମୁତାବକ, ଟେକ୍ଟୋନିକ୍‌ ପ୍ଲେଟ୍‌ ଯେତେବେଳେ ପରସ୍ପର ସହିତ ମିଶିଥିବେ, ସେତେବେଳେ ପୃଥିବୀର ଏକ ଅଂଶ ଲୀନ ହୋଇଯାଇଥିବ। ଏହାର କିଛି ଅଂଶ ମ୍ୟାନମାର ଜଙ୍ଗଲ ଏବଂ କିଛି ଅଂଶ ଏସିଆର ଅଲଗା ଦ୍ୱୀପ ଭାବେ ବିଭାଜିତ ହୋଇଯାଇଛି।

Share