ହିନ୍ଦୋଳ,୩ା୧୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍ଏସି କାର୍ଯ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନରେ ବକେୟା ବିଲ୍ ପାଇବା ଦାବିରେ ଠିକାଦାରମାନେ ତାଲା ପକାଇଛନ୍ତି। ଏନ୍ଏସିର ପ୍ରାୟ ୨୫ ଜଣ ଠିକାଦାର ବିଗତ ତିନିମାସ ହେଲା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସାରିଥିଲେ ମଧ୍ୟ ବିଲ୍ ପାଇବାରୁ ବଞ୍ଚିତ ହୋଇଛନ୍ତ। ଏ ନେଇ ଗୁରୁବାର ଠିକାଦାରମାନେ ଜିଲାପାଳଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ମାତ୍ର କିଛି ସୁଫଳ ନ ମିଳିବାରୁ ଆଜି ଠିକାଦାରମାନେ ତାଲା ପକାଇଛନ୍ତି।