ପିଲାମାନଙ୍କ ବୌଦ୍ଧିକ ବିକାଶରେ ଜେଜେ ମା’-ବାପାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

କେସିଙ୍ଗା ତା୮.୧୦(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କେନ୍ଦୁପଡାସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲରେ ଅଧ୍ୟକ୍ଷା ଅର୍ଚ୍ଚନା ଅଗ୍ରୱାଲଙ୍କ ନେତୃତ୍ୱରେ ସ୍କୁଲର ସଭାଗୃହରେ ଜେଜେ ମା’-ଜେଜେ ବାପା ଦିବସ ମଙ୍ଗଳବାର ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ସ୍କୁଲର ଛାତ୍ରୀଛାତ୍ରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରୀଛାତ୍ରଙ୍କ ଜେଜେ ମା’-ଜେଜେ ବାପାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସମସ୍ତ ଶିକ୍ଷୟିତ୍ରୀ-ଶିକ୍ଷକ ସହଯୋଗ କରିଥିଲେ। ପିଲାମାନଙ୍କ ବୌଦ୍ଧିକ ବିକାଶରେ ଜେଜେ ମା’-ବାପାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ଶିକ୍ଷୟିତ୍ରୀ-ଶିକ୍ଷକ ମତପ୍ରକାଶ କରିଥିଲେ।

Share