Categories: ଜାତୀୟ

ଚର୍ଚ୍ଚିତ ‘ଡିଏମକେ ଫାଇଲ୍ସ’ ଯାହାକୁ ନେଇ ତାମିଲନାଡୁ ରାଜନୀତିରେ ହୋଇଥିଲା ହଙ୍ଗାମା…ଅର୍ଥମନ୍ତ୍ରୀରୁ ବିଦା ହେଲେ ଜଣେ ଶକ୍ତିଶାଳୀ ନେତା

ଚେନ୍ନାଇ,୧୨।୫:‘ଡିଏମକେ ଫାଇଲ୍ସ’କୁ ନେଇ ତାମିଲନାଡୁ ରାଜନୀତି ସରଗରମ ରହିଛି। କଂଗ୍ରେସ ଫାଇଲ୍ସ, କେରଲା ଷ୍ଟୋରି ପରି ଭାଜପା ଏହିଭଳି ପ୍ରୋପଗଣ୍ଡା ଫିଲ୍ମକୁ ରିଲିଜ୍‌ କରି ବିରୋଧୀଙ୍କୁ ଟାର୍ଗେଟ କରିବାରେ ଲାଗିଛି। ସେହିପରି ଭାଜପା ଦ୍ୱାରା ପ୍ରଦର୍ଶିତ ଏହି ଫିଲ୍ମ ତାମିଲନାଡୁର ଡିଏମକେ ସରକାରଙ୍କ ଭ୍ରଷ୍ଟାଚାରକୁ ନେଇ କରାଯାଇଛି। ଯାହାଦ୍ୱାରା ତାମିଲନାଡୁ ସରକାରରେ ଜଣେ ଶକ୍ତିଶାଳୀ ମନ୍ତ୍ରୀଙ୍କ ହାତରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଛଡ଼ାଇ ନିଆଯାଇଥିବା ଆକଳନ କରାଯାଉଛି। ସେ ହେଉଛନ୍ତି ତାମିଲନାଡୁ ଅର୍ଥ ବିଭାଗ ମନ୍ତ୍ରୀ ପି.ଟି.ଆର୍‌ ପଲାନିଭେଲ ତ୍ୟାଗରାଜନ। ତାଙ୍କ ସ୍ଥାନରେ ଥଙ୍ଗମ ଥେନାରାସୁଙ୍କୁ ଏହି ପଦବୀ ଦିଆଯାଇଛି।

ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ସରକାର ଗୁରୁବାର କ୍ୟାବିନେଟ୍‌ ପୁନଃଗଠନ କରିବା ବେଳେ ପିଟିଆରଙ୍କ ଠାରୁ ଅର୍ଥ ବିଭାଗକୁ ଫେରାଇ ନିଆଗଲା। ୨୦୨୧ରେ ଡିଏମକେ ସରକାର ଗଠନ ହେବା ପରଠାରୁ ପିଟିଆର ରାଜ୍ୟର ଅର୍ଥମନ୍ତ୍ରୀ ଥିଲେ।

ସୂଚନାଯୋଗ୍ୟ, ତାମଲନାଡୁର ଭାଜପା ମୁଖ୍ୟ କେ.ଅନ୍ନାମଲାଇ ଡିଏମକେ ଫାଇଲ୍ସକୁ ରିଲିଜ କରିି ତାମିଲନାଡୁ ସରକାର ଏବଂ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପରିବାର ନାଁରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଅନ୍ନାମଲାଇ ଦାବି କରିଛନ୍ତି ଯେ, ଡିଏମକେ ଫାଇଲ୍ସରେ ଯେଉଁ ଟେପ୍‌ ରିଲିଜ୍‌ ହୋଇଛି ସେଥିରେ ପିଟିଆର୍‌ଙ୍କ ଭଏସ୍‌ ଅଛି।

 

Share