Posted inଖେଳ

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ ମିଳିଥାଏ। ତେବେ ଉଭୟ ଖେଳାଳିଙ୍କ ସାକ୍ଷାତକାରର ଏକ ଭିଡିଓ ଆସିବା ସହିତ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି। ପୂର୍ବରୁ ଆଇପିଏଲ ସମୟରେ ଉଭୟ ଖେଳାଳିଙ୍କ ମଧ୍ୟରେ ବିବାଦ କାରଣରୁ ଭାରତୀୟ ଦଳରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ତେବେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଥିଲେ ଏହି ଦୁଇ କ୍ରିକେଟର। ବିରାଟ କୋହଲି ସାକ୍ଷାତକାର ନେବା ସହ ଏଠାରେ ଆମେ ସମସ୍ତ ମସଲା ଓ ରୋଚକ ଖବରରେ ପୂର୍ଣ୍ଣଚ୍ଛେଦ ପକାଇଲୁ ବୋଲି କହିଥିଲେ। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ବିସିସିଆଇର ଅଫିସିଆଲ ଚ୍ୟାନେଲରେ ଏହି ଭିଡିଓଟି ରିଲିଜ ହୋଇଥିଲା। ଏହି ଆଲୋଚନାରେ ଉଭୟ ଖେଳାଳି ପରସ୍ପର ପ୍ରତି ଥିବା ସମ୍ମାନ, ଟେଷ୍ଟ କ୍ରିକେଟ ପ୍ରତି ରହିଥିବା ଭଲପାଇବା ଓ ଭାରତୀୟ କ୍ରିକେଟ ସମ୍ପର୍କରେ ଆଲୋଚନା କରିଥିଲେ।

ପ୍ରଥମେ ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲର ଏକ କ୍ଲିପ୍‌ ଚଲାଯାଇଥିଲା। ଯେଉଁଥିରେ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ୮୩ ରନ୍‌ର ପାର୍ଟନରଶିପ୍‌ ହୋଇଥିଲା। ଏହାପରେ କୋହଲି କହିଥିଲେ, ଆମେ ବହୁତ ଲମ୍ବା ରାସ୍ତା ଅତିକ୍ରମ କରି ଆସିଛେ। ଏକାଠି ଖେଳିବାଠୁ ଆରମ୍ଭ କରି ଗୋଟିଏ ଡ୍ରେସିଂ ରୁମ୍‌ର ଅଂଶ ରହି ଆସିଛେ। ସର୍ବଦା ଖେଳୁଆଡ ମନୋଭାବ ସହିତ ଆମେ ଏହା କରି ପାରିଛେ ବୋଲି ଗମ୍ଭୀର ଉତ୍ତରରେ କହିଥିଲେ। ଉଭୟ ଟେଷ୍ଟ କ୍ରିକେଟ ସମ୍ପର୍କରେ ଆଲେଚନା କରିବା ବେଳେ ଗମ୍ଭୀର ଟେଷ୍ଟ ଡେବ୍ୟୁକୁ ତାଙ୍କ କ୍ରିକେଟ କ୍ୟାରିୟରର ସ୍ମରଣୀୟ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ। ଆମେ କ୍ରିକେଟ କ୍ୟାରିୟର ଆରମ୍ଭ କରିବା ସମୟରେ ଟି୨୦ ଓ ଆଇପିଏଲ ନ ଥିଲା। ତେଣୁ ଟେଷ୍ଟ କ୍ରିକେଟରେ ଦେଶର ପ୍ରତିନିଧିତ୍ୱ କରିବା ଆମର ଏକମାତ୍ର ଲକ୍ଷ୍ୟ ରହିଥିଲା। ସେହିପରି ଗୋଟିଏ ଦେଶର ବାସ୍ତବ କ୍ରିକେଟ ଖେଳିବାର କ୍ଷମତା ଏହାର ଟେଷ୍ଟ ଖେଳିବାର ଦକ୍ଷତାରୁ ଅନୁମେୟ ବୋଲି ମଧ୍ୟ ଗମ୍ଭୀର କହିଥିଲେ। ସେହିପରି କୋହଲି ଟେଷ୍ଟ କ୍ରିକେଟରେ ଯେଉଁଭଳି ନିଜର ଏକ ସାମ୍ରାଜ୍ୟ ଛାଡି ଯାଇଛନ୍ତି ତାହା ସର୍ବଦା ମନେ ରହିବ ବୋଲି ଗମ୍ଭୀର କହିଥିଲେ। ମାତ୍ର ୨୫ ବର୍ଷ ବୟସରେ ଭାରତର ନେତୃତ୍ୱ ନେଇ ଭାରତର ସଫଳତମ ଟେଷ୍ଟ ଅଧିନାୟକ ହେବା ଆଦୌ ଛୋଟ କଥା ନୁହେଁ ବୋଲି କହିଥିଲେ ଗମ୍ଭୀର।
ଦିଲ୍ଲୀ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ମୋର ଏକମାତ୍ର ଲକ୍ଷ୍ୟ ଥିଲା ବୋଲି କହିଥିଲେ କୋହଲି। ଏହା ସହିତ ବୁମ୍‌ରା ଓ ଅଶ୍ୱିନଙ୍କ ଭଳି ବିଶ୍ୱସ୍ତରୀୟ ବୋଲର ତିଆରି କରିବା ବର୍ତ୍ତମାନ ଏକ ବଡ ଚ୍ୟାଲେଞ୍ଜ ବୋଲି ଉଭୟ ସ୍ବୀକାର କରିଥିଲେ। ଟି୨୦ ଯୁଗରେ ଯୁବ ଖେଳାଳିମାନେ ଦିନକୁ ୨୦ ଓଭର ବୋଲିଂ କରୁନାହାନ୍ତି, ଯାହାକି ଏକ ବଡ ସମସ୍ୟା। ସେହିପରି ଶେଷ ପ୍ରଶ୍ନରେ ପ୍ରତିପକ୍ଷ ଖେଳାଳିଙ୍କ ସହ ଝଗଡା ବିଷୟରେ କୋହଲି ପଚାରିଥିଲେ। ଏହାର ଉତ୍ତରରେ ଗମ୍ଭୀର ଥଟ୍ଟାରେ କହିଥିଲେ ତୁମର ଏଥିରେ ଅଧିକ ଅଭିଜ୍ଞତା ରହିଛି। ତୁମେ ମଧ୍ୟ ଉତ୍ତର ଦେଇ ପାରିବ। ଆମେ ଉଭୟ ଏକା ପ୍ରକାରର ବ୍ୟକ୍ତିତ୍ୱର ଅଧିକାରୀ। ବେଳେ ବେଳେ ଆମର ଆଲୋଚନା ମଧ୍ୟ ଝଗଡାର ରୂପ ନେଇ ପାରେ। ତେବେ ବିରାଟ ନିଜ ବ୍ୟକ୍ତିତ୍ୱରେ କୌଣସି ପରିବର୍ତ୍ତନ ଆଣିବା ଅନାବଶ୍ୟକ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାନ୍ତ ବିପଜ୍ଜନକ ଅସ୍ତ୍ର ନୁହେଁ…ରୋଚକ ରାୟ ଦେଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ,୧୦।୪: ବମ୍ବେ ହାଇକୋର୍ଟ ଜଣେ ମହିଳାଙ୍କ ଦ୍ୱାରା ତାଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଦାୟର କରାଯାଇଥିବା FIRକୁ ଖାରଜ କରିଦେଇଛନ୍ତି। କୋର୍ଟ ତାଙ୍କୁ କହିଛନ୍ତି,...

ଗଧ କ୍ଷୀରରୁ ପ୍ରସ୍ତୁତ ହେଉଛି ପନିର, ଗୋଟିଏ କିଲୋର ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍‌

ଭାରତରେ ସାଧାରଣତଃ ପନିର ପ୍ରତି କିଲୋଗ୍ରାମ ୩୦୦-୪୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖାଯାଏ। କିନ୍ତୁ ଏମିତି କିଛି ପନିର ଯାହାର ଦାମ୍‌ ଲକ୍ଷାଧିକ ଟଙ୍କା। ଏହା...

ସରକାରୀ ଚାକିରି ଛାଡି ୪କୋଟି ଟଙ୍କା ବାଛିଲେ ଭିନେଶ, ସରକାର ଦେଇଥିଲେ ବିକଳ୍ପ

ଚଣ୍ଡିଗଡ଼,୧୦।୪: ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ସମୟରେ ଚର୍ଚ୍ଚାକୁ ଆସିଥିବା ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ବିଷୟରେ ଏକ ବଡ଼ ଖୁଲାସା ହୋଇଛି। ଅଲିମ୍ପିକ୍ସରୁ ଅଯୋଗ୍ୟତା ବିବାଦ...

ଭୁଲ୍‌ରେ ବି ଘରେ ଲଗାଇବେ ନାହିଁ ଏସବୁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଖରାଦିନରେ ବାରମ୍ବାର ପରିସ୍ରା ଲାଗୁଛି କି, ହୋଇପାରେ ଏସବୁ ମାରାତ୍ମକ ରୋଗର ଲକ୍ଷଣ…

ସାଧାରଣତଃ ଲୋକମାନେ ଖରାଦିନରେ କମ୍‌ ପରିସ୍ରା କରନ୍ତି। କାରଣ ଶରୀରର ଅଧିକାଂଶ ବିଷାକ୍ତ ଉପାଦାନ ଝାଳ ମାଧ୍ୟମରେ ବାହାରି ଯାଏ। ଯଦି ଆପଣ ଗ୍ରୀଷ୍ମଋତୁରେ ମଧ୍ୟ...

ଖୁସିଖବର! ୧୨୮ ବର୍ଷ ପରେ ଟି20 କ୍ରିକେଟକୁ ମିଳିଲା ଅଲିମ୍ପିକ୍ସରେ ଏଣ୍ଟ୍ରି, ଜାଣନ୍ତୁ କେତେ ଟିମ୍‌…

ନୂଆଦିଲ୍ଲୀ,୧୦।୪: ଶେଷରେ କ୍ରିକେଟକୁ ଅଲିମ୍ପିକ୍ସରେ ଏଣ୍ଟ୍ରି ମିଳିଛି। ୧୯୦୦ ମସିହାରେ ଅଲିମ୍ପିକ୍ସରେ କ୍ରିକେଟକୁ ଶେଷ ଥର ପାଇଁ ସାମିଲ କରାଯାଇଥିଲା। ଏବେ ୧୨୮ ବର୍ଷ ପରେ...

ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଗୌହର ଖାନ୍‌

ମୁମ୍ବାଇ: ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଗୌହର ଖାନ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସେ ଏହି ଖୁସିଖବର ଜଣାଇଛନ୍ତି। ୨୦୨୩ରେ...

ଆମେ ମୁଣ୍ଡ ନୁଆଁଇବୁ ନାହିଁ..ଆମେରିକାକୁ ଧମକ ଦେଲା ଚାଇନା

ବେଜିଂ,୧୦।୪: ଆମେରିକା ଚାଇନା ଉପରେ ୧୦୪ ପ୍ରତିଶତ ଟାରିଫ୍‌ ଲଗାଇବା ପରେ, ଏବେ ଚାଇନା ମଧ୍ୟ ଆମେରିକା ଉପରେ ୮୪ ପ୍ରତିଶତ ଟାରିଫ୍‌ ଲଗାଇବା ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image