Categories: ବାଣିଜ୍ୟ

୮.୫% ଖସିଲା କୋର୍‌ ସେକ୍ଟର

ନୂଆଦିଲ୍ଲୀ: ଗତ ୬ ମାସ ହେବ ଦେଶର କୋର୍‌ ସେକ୍ଟର ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ଲଗାତର ହ୍ରାସ ହେଉଛି। ଅଗଷ୍ଟ ମାସରେ ଏହା ୮.୫% ଖସିଥିବା ଜଣାପଡ଼ିଛି। ଇସ୍ପାତ, ରିଫାଇନେରି ଉତ୍ପାଦ ଏବଂ ସିମେଣ୍ଟ ଉତ୍ପାଦନ ବାଧାପ୍ରାପ୍ତ ହେବାରୁ ଏଭଳି ସ୍ଥିତି ଉପୁଜିଥିବା ସରକାର ପ୍ରଦାନ କରିଥିବା ଡାଟାରୁ ସାମ୍ନାକୁ ଆସିଛି। ୨୦୧୯ ଅଗଷ୍ଟରେ ୮ କୋର୍‌ ସେକ୍ଟର ଶିଳ୍ପ ୦.୨% ହ୍ରାସ ହୋଇଥିଲା ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। କୋଇଲା ଏବଂ ସାରକୁ ଛାଡିଲେ ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନେରି ପ୍ରଡକ୍ଟ, ଷ୍ଟିଲ, ସିମେଣ୍ଟ ଏବଂ ଇଲେକ୍ଟ୍ରିସିଟି କ୍ଷେତ୍ର ଅଭିବୃଦ୍ଧି ନକାରାତ୍ମକ ରହିଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଏହି କ୍ଷେତ୍ରଗୁଡିକରେ ୧୭.୮% ହ୍ରାସ ହୋଇଛି। ଏହା ଗତ ଆର୍ଥତ୍କ ବର୍ଷ ସମାନ ଅବଧିରେ ୨.୫% ରହିଥିଲା।

Share