Categories: ବାଣିଜ୍ୟ

କୋର୍‌ ସେକ୍ଟର ଅଭିବୃଦ୍ଧି ୨୩.୪% ଖସିଲା

ନୂଆଦିଲ୍ଲୀ,୧।୭: ଦେଶର ୮ କୋର୍‌ ସେକ୍ଟର ଅଭିବୃଦ୍ଧି ଗତ ୩ ମାସ ଧରି ହ୍ରାସ ଘଟିଛି। ମେ ମାସରେ ଏହା ୨୩.୪% ଖସିଥିବା ଜଣାପଡ଼ିଛି। ଲକ୍‌ଡାଉନ ପାଇଁ ଶିଳ୍ପ ୟୁନିଟଗୁଡିକ କ୍ଷତିଗ୍ରସ୍ତ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ମାତ୍ର ଏପ୍ରିଲ ମାସରେ ହୋଇଥିବା ୩୭% ହ୍ରାସଠାରୁ ମେ ମାସରେ ଅପେକ୍ଷାକୃତ କମ୍‌ ପ୍ରଭାବ ରହିଛି। ଲକ୍‌ଡାଉନର ପ୍ରଭାବ ଶିଳ୍ପ କ୍ଷେତ୍ରଗୁଡିକରେ ଆଗାମୀ ଦିନରେ ମଧ୍ୟ ଲାଗି ରହିବ ବୋଲି ଶିଳ୍ପ ବିଶେଷଜ୍ଞ କହିଛନ୍ତି।

Share