ଖସିଲା କରୋନା ଗ୍ରାଫ୍‌: ଆଜି ହଜାରେ ତଳେ ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୯ା୮(ବ୍ୟୁରୋ): ଦୀର୍ଘଦିନ ପରେ ରାଜ୍ୟରେ ୧୦୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ସୋମବାର ରାଜ୍ୟରୁ ୮୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୮୭,୯୫୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୩୭୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୫୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୧ ଏବଂ ବାଲେଶ୍ୱରରୁ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୩୨, ବରଗଡ଼ ୮, ଭଦ୍ରକ ୩୧, ବୌଦ୍ଧ ୨, ଦେବଗଡ଼ ୨, ଢେଙ୍କାନାଳ ୧୧, ଗଜପତି ୪, ଗଞ୍ଜାମ ୮, ଜଗତସିଂହପୁର ୫୪, ଯାଜପୁର ୬୦, ଝାରସୁଗୁଡ଼ା ୩, କଳାହାଣ୍ଡି ୧୧, କନ୍ଧମାଳ ୫, କେନ୍ଦ୍ରାପଡ଼ା ୩୩, କେନ୍ଦୁଝର ୧୮, କୋରାପୁଟ ୭, ମାଲକାନଗିରି ୯, ମୟୂରଭଞ୍ଜ ୨୫, ନବରଙ୍ଗପୁର ୪, ନୟାଗଡ଼ ୨୫, ପୁରୀ ୫୩,ରାୟଗଡ଼ା ୫, ସମ୍ବଲପୁର ୧୫, ସୋନପୁରରୁ ୨ ଏବଂ ସୁନ୍ଦରଗଡ଼ରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୫୧।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୯,୮୭,୯୫୬ରେ ପହଞ୍ଚିଥିବା ବେଳେ ୯,୬୯,୯୧୬ ଜଣ ସୁସ୍ଥ ହୋଇଛନ୍ତି। ୧୧,୪୮୬ ଜଣ ଚିକିିତ୍ସିତ ହେଉଛନ୍ତି।

Share