ଖସୁଛି କରୋନା ଗ୍ରାଫ୍‌: ଆଜି ହଜାରେ ତଳେ ଆକ୍ରାନ୍ତଙ୍କ ସଂଖ୍ୟା, ଚିନ୍ତା ବଢ଼ାଉଛି ଟୁଇନ୍‌ସିଟି

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଟିକେ କମିଛି। ତେବେ ସୋମବାର ରାଜ୍ୟରୁ ୮୬୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୫,୪୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୦୭ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୧ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୫୪ ଏବଂ ବାଲେଶ୍ୱରରୁ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳର ୨୬, ବରଗଡ଼ ୧୩, ଭଦ୍ରକ ୧୯, ବଲାଙ୍ଗୀର ୮, ବୌଦ୍ଧ ୧, ଦେବଗଡ଼ ୬, ଢେଙ୍କାନାଳ ୧୫, ଗଜପତି ୧, ଗଞ୍ଜାମ ୩, ଜଗତସିଂହପୁର ୨୩, ଯାଜପୁର ୪୫, ଝାରସୁଗୁଡ଼ା ୬, କଳାହାଣ୍ଡି ୨, କନ୍ଧମାଳ ୧୨, କେନ୍ଦ୍ରାପଡ଼ା ୨୬, କେନ୍ଦୁଝର ୧୦, ମାଲକାନଗିରି ୬, ମୟୂରଭଞ୍ଜ ୨୮, ନୟାଗଡ଼ ୨୧, ନୂଆପଡ଼ା ୬, ପୁରୀ ୨୧, ରାୟଗଡ଼ା ୨, ସମ୍ବଲପୁରରୁ ୩୯ ଏବଂ ସୁନ୍ଦରଗଡ଼ରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୫୪।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୯,୯୫,୪୩୩ରେ ପହଞ୍ଚିଥିବା ବେଳେ ୯,୭୮,୨୪୦ ଜଣ ସୁସ୍ଥ ହୋଇଛନ୍ତି। ୧୦,୧୮୭ ଜଣ ଚିକିିତ୍ସିତ ହେଉଛନ୍ତି।

Share