ରାଜଧାନୀରେ କରୋନା ଟେଷ୍ଟ ଜୋରଦାର

ଭୁବନେଶ୍ୱର,୩ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ ହେବା ପରେ ଏବେ କରୋନା ସଂକ୍ରମଣ ରୋକିବାକୁ ଟେଷ୍ଟିଂ ଓ ଟ୍ରାକିଂକୁ ଜୋରଦାର କରାଯାଇଛି। ରବିବାର ଭୁବନେଶ୍ୱରରେ ୨୫ଟି ୟୁପିଏଚ୍‌ସି/ୟୁସିଏଚ୍‌ସିରେ କରୋନା ଟେଷ୍ଟ ବ୍ୟବସ୍ଥା କରାଯାଇଛି। ସକାଳ ୯ରୁ ୧୧ଟା ୩୦ ଓ ସନ୍ଧ୍ୟା ୫ରୁ ୭ଟା ପର୍ଯ୍ୟନ୍ତ ଟେଷ୍ଟ କରାଯିବ। କ୍ୟାପିଟାଲ ହସ୍ପିଟାଲ୍‌ରେ ସକାଳ ୮ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟେଷ୍ଟିଂ କରାଯିବ। ଲୋକେ ବିନାମୂଲ୍ୟରେ ଏହାର ସୁବିଧା ନେଇପାରିବେ।

ବିଏମ୍‌ସି ପକ୍ଷରୁ କରୋନା ଟେଷ୍ଟ ନେଇ ତାଲିକା ପ୍ରକାଶ ପାଇଛି। ଯେଉଁମାନଙ୍କ ଠାରେ କରୋନା ସଂକ୍ରମଣ ଲକ୍ଷଣ ରହିଛି ସେମାନେ ତୁରନ୍ତ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦିଆଯାଇଛି।

Share