ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଘରୋଇ ଲ୍ୟାବ୍ରେ କରୋନା ଟେଷ୍ଟ ଫି’ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଘରୋଇ ଲ୍ୟାବ୍ରେ ଆରଟିପିସିଆର ଟେଷ୍ଟ ପାଇଁ ଏଣିକି ସର୍ବାଧିକ ୪୦୦ ଟଙ୍କା ଦେବାକୁ ପଡ଼ିବ। ଜିଏସ୍ଟି ସହ ଟେଷ୍ଟ ଫି’ ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।