୫ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ଏହି କରୋନା ଟିକା

ଓ୍ବାଶିଂଟନ୍‌,୨୧ା୮: ଆମେରିକୀୟ କମ୍ପାନୀ ଫାଇଜର ଏବଂ ଜର୍ମାନ କମ୍ପାନୀ ବାୟୋନୋଟେକ୍‌ ଦ୍ୱାରା ଉତ୍ପାଦିତ ଏକ ନୂତନ କରୋନା ଭାଇରସ୍‌ ଟିକା ବହୁତ ଭଲ ଫଳାଫଳ ଦେଉଛି। ଏହାପୂର୍ବରୁ ପିଫାଇଜର ଗତ ମାସରେ ଅନ୍ୟ ଏକ କରୋନା ଟିକା ତଥ୍ୟ ପ୍ରକାଶ କରିଥିଲା। ପରୀକ୍ଷା ସମୟରେ ଜଣାପଡ଼ିଛି ଯେ, ପ୍ରଥମ ଟିକା ତୁଳନାରେ ଦ୍ୱିତୀୟ ଟିକାରେ ପାର୍ଶ୍ୱ ପ୍ରତିକ୍ରିୟା ଅଧା ହ୍ରାସ ପାଇଛି।

କରୋନା ଟିକା ଉତ୍ପାଦନକାରୀମାନେ କହିଛନ୍ତି ଯେ, ଦ୍ୱିତୀୟ ଟିକା ଭଲ ଫଳାଫଳ ଦେଉଛି। କାରଣ ଦ୍ୱିତୀୟ ଟିକା ଉନ୍ନତମାନର। ଏହି କାରଣରୁ ପାର୍ଶ୍ୱ ପ୍ରତିକ୍ରିୟା ମାମଲା ହ୍ରାସ ପାଇଛି।

ଏହି ଟିକା ଦିଆଯାଇଥିବା କରୋନା ରୋଗୀମାନଙ୍କଠାରେ ଆଣ୍ଟିବଡିସ୍ତର ୫ଗୁଣ ଅଧିକ ବୋଲି ଜଣାପଡ଼ିଛି। ପିଫାଇଜରର ଟିକା ବିକାଶର ବରିଷ୍ଠ ଉପସଭାପତି ଓ୍ବିଲିୟମ୍‌ ଗ୍ରୁବର କହିଛନ୍ତି, ଶରୀର ଟିକାକୁ ଯେତେ ସହ୍ୟ କରେ, ଟିକା ଗ୍ରହଣ କରିବା ସେତେ ଅଧିକ।

ଆହୁରି ମଧ୍ୟ ପରୀକ୍ଷା ସମୟରେ ଜଣାପଡ଼ିଛି ଯେ, ୧୮ରୁ ୫୫ ବର୍ଷ ବୟସର ୫୦ ପ୍ରତିଶତ ଲୋକ ଯେଉଁମାନେ B1 ଟିକା ପ୍ରୟୋଗ କରିଥିଲେ ସେମାନଙ୍କ ମଧ୍ୟମ ପାର୍ଶ୍ୱ ପ୍ରତିକ୍ରିୟା ଥିବାବେଳେ ୬୫ରୁ ୮୫ବର୍ଷ ବୟସର ୧୬.୭% ଲୋକଙ୍କର ପ୍ରତିକ୍ରିୟା ଥିଲା। କିନ୍ତୁ ଦ୍ୱିତୀୟ ଟିକା ପ୍ରୟୋଗ କରିବା ସମୟରେ, ୧୮ରୁ ୫୫ ବର୍ଷ ମଧ୍ୟରେ ଲୋକଙ୍କ ପାର୍ଶ୍ୱ ପ୍ରତିକ୍ରିୟା ୧୬.୭%କୁ ଖସି ଆସିଛି ଏବଂ ୬୫ରୁ ୮୫ବର୍ଷ ମଧ୍ୟରେ ଲୋକଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନ ଥିଲା।

Share