Categories: ଜାତୀୟ

ଔଷଧ ଦୋକାନରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ୧୯।୪: କେନ୍ଦ୍ର ସରକାର ଟିକା ନେଇ ସୋମବାର ବଡ ଘୋଷଣା କରିଛନ୍ତି। ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫାର୍ମା କମ୍ପାନୀଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଟିକାକରଣ ନେଇ ୩ଟି ରଣନୀତି ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ କମ୍ପାନୀ ପ୍ରତି ମାସରେ ଯେତିକି ଟିକା ଉତ୍ପାଦନ କରିବେ ଏହାର ୫୦ ପ୍ରତିଶତ ସେଣ୍ଟ୍ରାଲ ଡ୍ରଗ ଲାବୋରେଟୋରୀକୁ ପ୍ରଦାନ କରାଯିବ। ବାକି ଟିକା ରାଜ୍ୟ ସରକାର ଏବଂ ଖୋଲା ବଜାରରକୁ ଯୋଗାଇ ପାରିବେ କମ୍ପାନୀ। ବର୍ତ୍ତମାନ ଘରୋଇ ଏବଂ ସରକାରୀ କୋଭିଡ କେନ୍ଦ୍ରରେ ଟିକାକରଣ ଚାଲିଛି। ଖୋଲା ବଜାରକୁ ଟିକା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବାର ଅର୍ଥ ଔଷଧ ଦୋକାନରେ କରୋନା ଟିକା ମିଳିପାରିବ।

Share