ଆକ୍ରାନ୍ତ ପୋଲିସ ଅଧିକାରୀଙ୍କ ସ୍ତ୍ରୀ କରୋନା ପିଜିଟିଭ

କଟକ ଅଫିସ,୩୦।୬: କଟକ ସିଡିଏ ସେକ୍ଟର ୯ରୁ ପୂର୍ବରୁ ଜଣେ ପୋଲିସ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିଲେ। ଫଳରେ ପରିବାର ବର୍ଗଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏବେ ପୋଲିସ ଅଧିକାରୀଙ୍କ ସ୍ତ୍ରୀଙ୍କ ରିପୋର୍ଟ ପିଜିଟିଭ ଆସିଛି। ମଙ୍ଗଳବାର କଟକ ମହାନଗର ନିଗମ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ସେହିଭଳି ଏସ୍‌ସିବି ମେଡିକାଲର ଜଣେ ୫୨ ବର୍ଷୀୟ ପୁରୁଷ ସ୍ବାସ୍ଥ୍ୟ କର୍ମୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ରାଣୀହାଟ ଅଞ୍ଚଳରେ ତାଙ୍କ ଘର। ଏହାକୁ ମିଶାଇ କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିିଛି। ସେଥିମଧ୍ୟରୁ ୨୨ ଜଣ ସୁସ୍ଥ ହୋଇଥିବା ବେଳେ ୧୫ ଜଣ ଚିକିତ୍ସିତ ହେଉଛନ୍ତି। ୨ ଜଣଙ୍କ ମୃତ୍ୟୁ ଘଟିଛି।
ଅପରପକ୍ଷରେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ୬ ଜଣ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ଏହି ଆକ୍ରାନ୍ତମାନେ ଅନ୍ୟ ଜିଲାର ହୋଇଥିବା ଯୋଗୁ ସିଏମ୍‌ସି ତାଲିକାରେ ସେମାନଙ୍କୁ ସାମିଲ କରାଯାଇନାହିଁ।

Share