ଢେଙ୍କାନାଳରେ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ବର୍ଦ୍ଧିତ ହେଲେ କରୋନା ଯୋଦ୍ଧା

ଢେଙ୍କାନାଳ ଅଫିସ, ୨୬।୧: ଢେଙ୍କାନାଳ ଜିଲା ଷ୍ଟାଡିୟମ୍‌ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। କୋଭିଡ୍‌ କଟକଣା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜିଲାର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ରନ୍ଧନ ଗ୍ୟାସ ଯୋଗାଇ ଦିଆଯିବ ବୋଲି ଜିଲାପାଳ ଏହି ଅବସରରେ କହିଥିଲେ। ନିତି ଆୟୋଗଦ୍ୱାରା ପୁରସ୍କୃତ ହୋଇ ଏହି ବାବଦକୁ ମିଳିଥିବା ୩ କୋଟି ଟଙ୍କା ଅନୁଦାନରେ ଏହି କାର୍ଯ୍ୟକ୍ରମ ହେବ। ସେହିପରି ଜିଲାର ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଜିଲାପାଳ କହିଥିଲେ। ଏହି ଅବସରରେ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Share