ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଶୁକ୍ରବାର ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କଲେଜ) ପ୍ରିନ୍ସପାଲ୍‌ ନବୀନ କୁମାର ସାହୁ। ଏହି ଘଟଣାରେ ଶନିବାର ପ୍ରିନ୍ସପାଲ୍‌ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସ୍‌ପି ପ୍ରଦ୍ୟୁମ୍ନ ଦ୍ବିବେଦୀ। ତେବେ କୋର୍ଟରେ ତାଙ୍କ ଜାମିନ ଖାରଜ ହୋଇଯାଇଥିବାରୁ ସେ ଜେଲ୍‌ ଯାଇଥିବା ଜଣାପଡ଼ିଛି।

Share