ଦାମୀ ଡ୍ରେସ ପିନ୍ଧି ଚର୍ଚ୍ଚାରେ ଜାହ୍ନବୀ

ମୁମ୍ବାଇ: ‘ଧଡକ’ ଫିଲ୍ମରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ଜାହ୍ନବୀ କପୁର ଏବେ ଲକ୍ଷେ ଦିଲ୍ କି ଧଡକନ ପାଲଟି ଯାଇଛନ୍ତି । ବଲିଉଡ୍ ନାୟିକା ଶ୍ରୀଦେବୀଙ୍କ ଏହି ଲଳନା ଏବେ ଦର୍ଶକଙ୍କର ପସନ୍ଦର ନାୟିକା ପାଲଟି ଯାଇଛନ୍ତି । ଶେଷଥର ପାଇଁ ନେଟ୍‌ଫ୍ଲିକ୍ସରେ ‘ଗୁଞ୍ଜନ ସାକ୍ସେନା-ଦ କାରଗିଲ ଗର୍ଲ’ ମୁଭିରେ ନଜର ଆସିଥିଲେ ଜାହ୍ନବୀ । ଏଥିରେ ତାଙ୍କ ଦମଦାର ଆକ୍ଟିଂ ସମସ୍ତଙ୍କୁ ପସନ୍ଦ ଆସିଥିଲା । ଏବେ ସେ ତାଙ୍କ ଅପକମିଂ ଫିଲ୍ମ ‘ରୁହି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ତାଙ୍କ କୋ-ଷ୍ଟାର ରାଜକୁମାର ରାଓଙ୍କ ସହ ‘ରୁହି’ର ପ୍ରମୋଶନ କରୁଥିବା ବେଳେ ସ୍ପଟ ହୋଇଥିଲେ । ଏହି ସମୟରେ ସେ ଯେଉଁ ଡ୍ରେସ୍ ପିନ୍ଧିଥିଲେ ଏବେ ତାକୁ ନେଇ ଚର୍ଚ୍ଚା ଯୋର ଧରିଛି । ସେ ଷ୍ଟ୍ରାପଲେସ୍ ସିଲ୍କ ନିୟୋନ ଡ୍ରେସ୍ ପିନ୍ଧିଥିବା ବେଳେ ଏହାର ଦାମ କୁଆଡେ ୩,୮୦୦ ଡଲାର ବା ୨.୨୪ ଲକ୍ଷ ବୋଲି କୁହାଯାଉଛି । ତେବେ ସେ ଯଦି ଡେଟିଂରେ ଯିବାକୁ ଚାହୁଁଥିବେ ଏହି ଡ୍ରେସ୍ ତାଙ୍କ ପାଇଁ ପରଫେକ୍ଟ ବୋଲି ଆଲୋଚନା ହେଉଛି ।

Share