ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ ସାଜିଛି। ପାଣିପାଗ ବିଭାଗ ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି। ଅନ୍ୟପଟେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ମୁଦ୍ରାସ୍ଫୀତି ହ୍ରାସରେ ସମସ୍ୟା ସୃଷ୍ଟି କରିବା ସହ ଆର୍‌ବିଆଇ ମଧ୍ୟ ଚିନ୍ତାରେ ପଡ଼ିଛି।

ଚଳିତ ବର୍ଷର ପ୍ରଥମ ୩ମାସ ମଧ୍ୟରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ହାରରେ କ୍ରମାଗତ ହ୍ରାସ ଘଟିଛି। ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ୧୨ରେ ପ୍ରକାଶିତ ମୁଦ୍ରାସ୍ଫୀତି ତଥ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫ ପ୍ରତିଶତରୁ ୪.୮୫ ପ୍ରତିଶତକୁ ଖସି ଆସିଛି। ଏହା ଆର୍‌ବିଆଇର ଲକ୍ଷ୍ୟଠାରୁ ୪ ପ୍ରତିଶତକୁ ହ୍ରାସ ପାଇଛି। ଡିସେମ୍ବର ୨୦୨୩ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୭ ପ୍ରତିଶତ ଥିଲା। ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ହାରାହାରି ମୁଦ୍ରାସ୍ଫୀତି ହାର ୫ ପ୍ରତିଶତ ହୋଇଛି।

ଆର୍‌ବିଆଇର ମାସିକ ବୁଲେଟିନ୍‌ ଅଶୋଧିତ ତେଲ ବ୍ୟାରେଲ ପ୍ରତି ୧୦୦ ଡଲାର ଅତିକ୍ରମ କରିପାରେ। ବୁଲେଟିନ୍‌ରେ କୁହାଯାଇଛି, ଏହି ଗ୍ରୀଷ୍ମ ଋତୁରେ ଖାଦ୍ୟ ଦରଦାମ ଉପରେ ଅତ୍ୟଧିକ ସତର୍କ ରହିବା ଆବଶ୍ୟକ କାରଣ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ଏକ ବଡ଼ ଝଟକା ଦେଇପାରେ। ଆର୍‌ବିଆଇ ଆର୍ଟିକିଲ ଅନୁଯାୟୀ, ଅସ୍ବାଭାବିକ ପାଣିପାଗ କେବଳ ମୁଦ୍ରାସ୍ଫୀତି ପାଇଁ ବିପଦ ନୁହେଁ ବରଂ ଦୀର୍ଘ ଦିନ ଧରି ଚାଲିଆସୁଥିବା ଭୌଗୋଳିକ-ରାଜନୈତିକ ଉତ୍ତେଜନା ହେତୁ ଅଶୋଧିତ ତୈଳ ଦର ମୂଲ୍ୟ ଅସ୍ଥିର ରହିପାରେ। ସମ୍ପ୍ରତି ଅଶୋଧିତ ତୈଳ ବ୍ୟାରେଲ ପିଛା ୯୧ ଡଲାରରେ ପହଞ୍ଚିଛି।

ଗତ ସପ୍ତାହରେ, ଆର୍‌ବିଆଇ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ମୁଦ୍ରା ନୀତି ବୈଠକର ମିନିଟ ପ୍ରକାଶ କରି କହିଛି ଯେ ଏହି ବୈଠକରେ ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ସବୁଠାରୁ ବଡ ବିପଦ ବୋଲି କହିଛନ୍ତି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି , ମୁଦ୍ରାସ୍ଫୀତି ବିଷୟରେ ବହୁତ ସତର୍କ ରହିବା ଆବଶ୍ୟକ। ତେଣୁ ଏମ୍‌ପିସିର ସଦସ୍ୟ ମାଇକେଲ ଦେବବ୍ରତ ପାତ୍ର କହିଛନ୍ତି, ବର୍ତ୍ତମାନର ମୁଦ୍ରାସ୍ଫୀତିର ପ୍ରଭାବ ଏବଂ ଖାଦ୍ୟ ମୁଦ୍ରାସ୍ଫୀତି ହାରର ପ୍ରଭାବ ସମ୍ପର୍କିତ ତଥ୍ୟ ଦର୍ଶାଉଛି ଯେ ଖାଦ୍ୟ ଦର ବୃଦ୍ଧିର ଆଶଙ୍କା ରହିଛି। ମେ ୨୦୨୪ ସୁଦ୍ଧା ତାପମାତ୍ରା ବୃଦ୍ଧି ହେତୁ ମୂଲ୍ୟ ବୃଦ୍ଧି ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଖାଦ୍ୟ ପଦାର୍ଥ ଏବଂ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେତୁ ଯଦି ମୁଦ୍ରାସ୍ଫୀତି ବୃଦ୍ଧି ହୁଏ, ତେବେ ୨୦୨୪ ମସିହାରେ ମହଙ୍ଗା ଋଣରୁ ମୁକ୍ତି ପାଇବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri