Posted inଜାତୀୟ

ରାତି ପାହିଲେ ଭୋଟଗଣତି, ସମାନ ସଂଖ୍ୟାକ ସର୍ବାଧିକ ଭୋଟ ପାଇଥିଲେ ଏହିଭଳି ଘୋଷଣା ହେବ ଫଳାଫଳ

ନୂଆଦିଲ୍ଲୀ,୩ା୬:ଲୋକ ସଭା ନିର୍ବାଚନର ଭୋଟଗଣତି ମଙ୍ଗଳବାର ଆରମ୍ଭ ହେଉଥିବାବେଳେ ଗଣନା ପ୍ରକ୍ରିୟା ସମ୍ପର୍କରେ ନିର୍ବାଚନ କମିଶନ ସକ୍ଷିପ୍ତ ସୂଚନା ଦେଇଛନ୍ତି। ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ର ନିୟମ ୫୪ଏ ଅନୁଯାୟୀ ପ୍ରଥମେ ପୋଷ୍ଟାଲ ବାଲଟ୍‌ ପେପରଗୁଡ଼ିକର ଗଣନା ରିଟର୍ନିଂ ଅଫିସର(ଆର୍‌ଓ)ଙ୍କ ଟେବୁଲରେ ଆରମ୍ଭ ହେବ। ଭୋଟଗଣତି ଆରମ୍ଭ ପୂର୍ବରୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଆର୍‌ଓ ଗ୍ରହଣ କରିଥିବା ବାଲଟ୍‌ ପେପରଗୁଡ଼ିକୁ କେବଳ ଗଣନା ପାଇଁ ନିଆଯିବ। ପୋଷ୍ଟାଲ ବାଲାଟ ଗଣନା ଆରମ୍ଭ ହେବାର ୩୦ ମିନିଟ ପରେ ଇଭିଏମ୍‌ ଭୋଟ ଗଣନା ଆରମ୍ଭ ହେବ। ଯେଉଁ ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ ବାଲଟ ନ ଥିବ ସେଠାରେ ଧାର୍ଯ୍ୟ ସମୟ ଅନୁଯାୟୀ ଇଭିଏମ୍‌ ଭୋଟଗୁଡ଼ିକର ଗଣନା ଆରମ୍ଭ ହେବ। ପୋଲିଂ ଷ୍ଟେଶନରେ ଭୋଟ ଗଣନା ପାଇଁ ଫର୍ମ-୧୭ସି ସହ କେବଳ ଇଭିଏମ୍‌ର କଣ୍ଟ୍ରୋଲ ୟୁନିଟ୍‌(ସିୟୁ)ଗୁଡ଼ିକୁ ବ୍ୟବହାର କରାଯିବ। ଫଳାଫଳ ଯାଞ୍ଚ ପୂର୍ବରୁ ଗଣନାକରୀ ଅଧିକାରୀମାନେ ସିୟୁର ପେପର ସିଲ୍‌ ଅକ୍ଷୁଣ୍ଣ ଥିବା ଏବଂ ଫର୍ମ-୧୭ସିରେ ଥିବା ସଂଖ୍ୟା ସହ ମୋଟ ଭୋଟକୁ ମେଳ କରାଇ ନିଶ୍ଚିତ ହେବେ। କଣ୍ଟ୍ରୋଲ ୟୁନିଟ୍‌ର ଫଳାଫଳକୁ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବ୍‌ଜରଭର ଏବଂ ପ୍ରାର୍ଥୀମାନଙ୍କୁ କାଉଣ୍ଟିଂ ଏଜେଣ୍ଟମାନଙ୍କୁ ଦେଖାଇବା ପରେ ଫର୍ମ-୧୭ସି’ର ଦ୍ୱିତୀୟ ଭାଗରେ ଉଲ୍ଲେଖ କରାଯିବ। ଯଦି କୌଣସି ସିୟୁର ଡିସ୍‌ପ୍ଲେ ପ୍ୟାନେଲ୍‌ରେ ଫଳାଫଳ ଦେଖାଉନାହିଁ, ସେଭଳି କ୍ଷେତ୍ରରେ ସମସ୍ତ ସିୟୁ ଗଣନା ଶେଷ ହେବା ପରେ ସମ୍ପୃକ୍ତ ଭିଭିପିଏଟିର ସ୍ଲିପ୍‌ଗୁଡ଼ିକୁ ଗଣନା କରାଯିବ।
କାଉଣ୍ଟିଂ ଟେବୁଲରେ ଉପସ୍ଥିତ ଥିବା କାଉଣ୍ଟିଂ ସୁପରଭାଇଜର ଏବଂ ପ୍ରାର୍ଥୀମାନଙ୍କ ଏଜେଣ୍ଟ ପ୍ରତି ସିୟୁର ପ୍ରାର୍ଥୀଓ୍ବାରି ଫଳାଫଳ ଫର୍ମ-୧୭ସି’ର ଦ୍ୱିତୀୟ ଭାଗରେ ଉଲ୍ଲେଖ କରିବେ। ଭୋଟଗଣତି ଶେଷ ହେବା ପରେ ଭିଭିପିଏଟି ସ୍ଲିପ୍‌ଗୁଡ଼ିକର ବାଧ୍ୟତାମୂଳକ ଯାଞ୍ଚ ବ୍ୟବସ୍ଥା ଅନୁଯାୟୀ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ୍‌କୁ ନମୁନା ଭାବେ ଚୟନ କରାଯାଇ ଗଣନା କରାଯିବ। ଖାରଜ ହୋଇଥିବା ପୋଷ୍ଟାଲ ବାଲଟ ପେପର ସଂଖ୍ୟାଠାରୁ ବିଜୟ ବ୍ୟବଧାନ କମ୍‌ ହେଲେ ଫଳାଫଳ ଘୋଷଣା ପୂର୍ବରୁ ନାକଚ ହୋଇଥିବା ବାଲଟ ପେପରଗୁଡ଼ିକର ପୁନଃ ଯାଞ୍ଚ କରାଯିବ। ଯଦି ୨ ଜଣ ପ୍ରାର୍ଥୀ ସମାନ ସଂଖ୍ୟାକ ସର୍ବାଧିକ ଭୋଟ ପାଇଥିବେ, ତେବେ ଧର୍ମଗୁଳା ଜରିଆରେ ଫଳାଫଳ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ନିଜ ସାଙ୍ଗକୁ ଭେଟିଲେ ରାହୁଲ ଗାନ୍ଧୀ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ତଥା ଏମ୍‌ପି ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହରିୟାଣାର କର୍ଣ୍ଣଲ ଜିଲାରେ ପହଞ୍ଚିଛନ୍ତି। ସେ ଭୋର୍‌ ସମୟରେ ଘୋଗଦୀପୁର ଗ୍ରାମକୁ ଆସିଥିଲେ।...

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri