ଭଦ୍ରକ ଅଫିସ, ୬।୪: ଧାମନଗର ଏନ୍ଏସିର ୬ଟି ବୁଥ୍ରେ ମଙ୍ଗଳବାର ମତଦାନ ସରିଯାଇଥିବା ବେଳେ ବୁଧବାର ସକାଳ ୮ରୁ ଭୋଟ ଗଣତି ।ଆରମ୍ଭ ହୋଇଯାଇଛି। ଏହି ବୁଥ୍ ଗୁଡ଼ିକରେ ମୋଟ ଭୋଟର ୫୯୭୯ଜଣ ଥିବାବେଳେ ୪୪୦୭ଭୋଟର ସେମାନଙ୍କର ମତଦାନ କରିଛନ୍ତି ।
ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ଉକ୍ତ ଭୋଟ ଗଣତି କେନ୍ଦ୍ର ସମେତ ଧାମନଗର ଏନ୍ଏସି ଅଞ୍ଚଳରେ ୧୧ଟି ୱାର୍ଡରେ ମଙ୍ଗଳବାର ରାତି ୯ଟାରୁ ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ୫ଜଣରୁ ଅଧିକା ଲୋକ ଏକତ୍ରିତ ହେବାକୁ ନିଷେଧ କରାଯିବା ସହ ୪ଚକିଆ ଘରୋଇ ଯାନବାହନ ଚଳାଚଳକୁ ମଧ୍ୟ ବାରଣ କରାଯାଇଛି। ବିଜୟ ଶୋଭାଯାତ୍ରାକୁ ମଧ୍ୟ ନିଷେଧ କରାଯାଇଛି । ଏହି ସମୟରେ ମଧ୍ୟ କୌଣସି ସଭାସମିତି ଓ ଶୋଭାଯାତ୍ରା ଇତ୍ୟାଦି କରାଯାଇ ପାରିବ ନାହିଁ ବୋଲି ଉପଜିଲାପାଳ ମନୋଜ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।