କରୋନାକୁ ନେଇ ଏହି ଦେଶର ଚିନ୍ତା ନାହିଁ

ଓ୍ବାଶିଂଟନ,୨୩ା୬: ସମଗ୍ର ବିଶ୍ୱରେ କରୋନା ମହାମାରୀ ବହୁ କ୍ଷତି ଘଟାଇଲାଣି। ଇତିମଧ୍ୟରେ ଅନେକ ଦେଶରେ ନାନା ସମସ୍ୟା ମଧ୍ୟରେ ଗତି କରୁଛନ୍ତି। ଯେଉଁଥିରେ ଶକ୍ତିଶାଳୀ ଆମେରିକା ମଧ୍ୟ ରହିଛି। ଏହି ଦେଶ କରୋନାରୁ ମୁକ୍ତି ପାଇଁ ଲଗାତର ପ୍ରୟାସ ଜାରି ରଖିଛି। ମାତ୍ର ଏବେ ଏମିତି ଏକ ରିପୋର୍ଟ ଆସିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଆମେରିକାର ମାସାଚୁସେଟ୍‌ସ ସହରରେ ପ୍ରାୟ ୪୦୦୦ ଲୋକ ଟିକାର ଦ୍ୱିତୀୟ ଡୋଜ ନେଇସାରିଛନ୍ତି। ଏହା ସତ୍ତ୍ୱେ ସେମାନେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କିନ୍ତୁ ଏହାକୁ ନେଇ ପ୍ରଶାସନ ଏତେ ଅଧିକ ଚିନ୍ତିତ ନୁହେଁ। ପ୍ରକୃତପକ୍ଷେ ସହରର ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଛି। ଏହି ଜନସଂଖ୍ୟା ମଧ୍ୟରୁ ୩୮୦୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାର ଅର୍ଥ ପ୍ରତି ହଜାରରେ ଟିକାକରଣକାରୀଙ୍କ ମଧ୍ୟରୁ ମାତ୍ର ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ଅଟନ୍ତି। ତେଣୁ ଏହାକୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ପ୍ରଶାସନ କହିଛି।

Share