ଆର୍ଥିକ ସଙ୍କଟ ଶେଷରେ ପହଞ୍ଚିଛି ଦେଶ

ଇସଲାମାବାଦ,୫ା୩: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଇଭା କହିଛନ୍ତି, ଏକ ଦେଶ ଭାବରେ କାର୍ଯ୍ୟ କରିବାକୁ ସମର୍ଥ ହେବା ପାଇଁ ଆଇଏମ୍‌ଏଫ୍‌ ପକ୍ଷରୁ ପାକିସ୍ତାନକୁ କୁହାଯାଇଛି। ଏଥିସହ ସେ କହିଛନ୍ତି, ଆମେ ଚାହୁଁ ପାକିସ୍ତାନର ଗରିବ ଲୋକ ମଧ୍ୟ ସୁରକ୍ଷିତ ରୁହନ୍ତୁ।

ଆଇଏମ୍‌ଏଫ୍‌ ମୁଖ୍ୟ କହିଛନ୍ତି, ଆମେ ଦୁଇଟି ବିଷୟ ଉପରେ ଚାପ ପକାଉଛୁ। ଗୋଟିଏ ହେଉଛି ଟିକସ ରାଜସ୍ବ ବୃଦ୍ଧି କରିବା। କାରଣ ଯେଉଁମାନେ ସରକାରୀ କିମ୍ବା ବେସରକାରୀ କ୍ଷେତ୍ରରେ ଭଲ ଟଙ୍କା ରୋଜଗାର କରୁଛନ୍ତି ସେମାନେ ଅର୍ଥନୀତିରେ ସହଯୋଗ କରିବା ଆବଶ୍ୟକ। ଅନ୍ୟଟି ହେଉଛି ଯେଉଁମାନଙ୍କର ଆବଶ୍ୟକତକା ନାହିଁ ସେମାନଙ୍କଠାରୁ ସବ୍‌ସିଡି ନେଇ ମୂଲ୍ୟବାନ ସମ୍ବଳ ବଣ୍ଟନ ଉଚିତ ନୁହେଁ। ସବ୍‌ସିଡି ଧନୀମାନଙ୍କୁ ଲାଭ ଦିଏ। ଏହା ଗରିବମାନଙ୍କର ହେବା ଉଚିତ। ଯେଉଁମାନେ ଏହା ଦ୍ୱାରା ଉପକୃତ ହେବେ।

Share