ମହାମାରୀରେ ଏହି ଦେଶର ପିଲାମାନଙ୍କର ଆତ୍ମହତ୍ୟା ସଂଖ୍ୟା ଅଧିକ

ଟୋକିଓ,୧୪।୧୦: ଗତ ୪ ଶତାବ୍ଦୀ ଧରି ଜାପାନରେ ଅଧିକ ଶିଶୁ ଆତ୍ମହତ୍ୟା କରୁଥିବା ଜଣାପଡ଼ିଛି। କରୋନା ମହାମାରୀ ସମୟରେ ସ୍କୁଲ ଓ ଶ୍ରେଣାଗୃହ ବନ୍ଦ ରହିବା କାରଣରୁ ପାଖାପାଖି ୪୧୫ ଜଣ ପିଲା ନିଜ ଜୀବନ ହାରିଛନ୍ତି। ସେହିପରି ୧, ୯୬, ୧୨୭ ହଜାର ପିଲା ସ୍କୁଲରେ ଅନୁପସ୍ଥିତ ରହୁଥିବା ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି। ସାଧାରଣତଃ ହାଇସ୍କୁଲସ୍ତରରେ ପିଲାମାନେ ଏଭଳି ପଦକ୍ଷେପ ନେଉଛନ୍ତି।
ସୂଚନାନୁଯାୟୀ, ୧୯୭୪ରୁ ଏହା କ୍ରମାଗତଃ ବୃଦ୍ଧି ପାଇବାରେ ଲାଗିଛି। ଜାପାନରେ ଆତ୍ମହତ୍ୟା ଜନିତ ଘଟଣା ବହୁ ଆଗରୁ ହୋଇ ଆସୁଛି। ତେବେ ବର୍ତ୍ତମାନର କରୋନା ମହାମାରୀ ସମୟରେ ଆର୍ଥିକ ସ୍ଥିତି, ମାନସିକ ସ୍ଥିତି ଓ ଅଧିକ ଭାବବିହ୍ବଳ କାରଣରୁ ମହିଳାମାନେ ଆତ୍ମହତ୍ୟା କରୁଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି। ଘରେ ରହିବା କାରଣରୁ ପିଲାମାନଙ୍କର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ହେଉଥିବା ଶିକ୍ଷା ମନ୍ତ୍ରଣାଳୟ କହିଛି।

Share