ପାକ୍‌ ଉପରେ କ୍ଷୁବ୍ଧ ଶକ୍ତିଶାଳୀ ଦେଶ ଭାରତକୁ ସମର୍ଥନ କରୁଛି: ଇମ୍ରାନ୍‌

ଇସ୍‌ଲାମାବାଦ,୨ା୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରବିବାର ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଥିବାବେଳେ ସେଠାର ରାଜନୈତିକ ଅଚଳାବସ୍ଥା ପାଇଁ ସେ ଏକ ଶକ୍ତିଶାଳୀ ଦେଶକୁ ଦାୟୀ କରିଆସୁଛନ୍ତି। ସେ ନିକଟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଭେଟିବାରୁ ଏଥିରେ କ୍ଷୁବ୍ଧ ଶକ୍ତିଶାଳୀ ଦେଶ ଭାରତକୁ ସହାୟତା କରୁଛି ବୋଲି ଆମେରିକା ନାଁ ନ ନେଇ ଇମ୍ରାନ୍‌ କହିଛନ୍ତି। ଦେଶ ପାଇଁ ସ୍ବୀଧାନ ବିଦେଶ ନୀତି ଜରୁରୀ। ପାକିସ୍ତାନ ଅନ୍ୟ ଶକ୍ତିଶାଳୀ ଦେଶ ଉପରେ ନିର୍ଭରଶୀଳତା ଗୁଣ ଯୋଗୁ ପାକିସ୍ତାନ ଶୀର୍ଷ କ୍ଷମତାରେ ପହଞ୍ଚତ୍ପାରି ନାହିଁ ବୋଲି ଇସ୍‌ଲାମାବାଦ ସୁରକ୍ଷା ଆଲୋଚନାରେ ଭାଗନେଇ ଇମ୍ରାନ କହିଛନ୍ତି। ସ୍ବାଧୀନ ବିଦେଶ ନୀତି ନ ଥିଲେ ଏକ ଦେଶ ଏହାର ନାଗରିକମାନଙ୍କ ସ୍ବାର୍ଥର ସୁରକ୍ଷା କରିପାରିବ ନାହିଁ। ତାଙ୍କ ରୁଷିଆ ଗସ୍ତ ଯୋଗୁ ଆମେରିକା କ୍ଷୁବ୍ଧ ହୋଇଥିବାବେଳେ ସେଠାରୁ ତେଲ ଆମଦାନୀ କରୁଥିବା ଭାରତକୁ ସମର୍ଥନ କରୁଛି ବୋଲି ଇମ୍ରାନ କହିଛନ୍ତି।

Share