Categories: ଜାତୀୟ

ଐତିହାସିକ ବୀରମାନଙ୍କୁ ଗର୍ବର ସହିତ ମନେ ରଖିଛି ଦେଶ: ମୋଦି

ନୂଆଦିଲ୍ଲୀ,୨୫।୧୧: ଆଜାଦୀ କି ଅମୃତ ମହୋତ୍ସବ ଅଧୀନରେ ଲାଚିତ ବୋରଫୁକାନଙ୍କ ଜୟନ୍ତୀ ସମାରୋହ ଗତ ବର୍ଷେ ହେବ ପାଳନ କରାଯାଉଛି। ଶୁକ୍ରବାର ଏହାର ସମାପନ ଉତ୍ସବ ଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ବୋରଫୁକାନଙ୍କ ସାହସିକତାର ଗାଥା ଉପରେ ନିଜର ମତ ଦେଇଛନ୍ତି। ସେ କହିଛନ୍ତି, ସର୍ବପ୍ରଥମେ ଆସାମର ମହାନ ଭୂମିକୁ ସଲାମ, ଯେଉଁଠାରେ ଲାଚିତଙ୍କ ପରି ବୀରମାନେ ଜନ୍ମ ନେଇଛନ୍ତି। ମୋର ସୌଭାଗ୍ୟ ଏଭଳି କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ପାଇଲି। ଏହି ଅବସରରେ ଆସାମବାସୀ ଏବଂ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆଜି ଭାରତ ନିଜ ସଂସ୍କୃତିର ଐତିହାସିକ ବୀରମାନଙ୍କୁ ଗର୍ବର ସହିତ ମନେ ରଖିଛି। ଲାଚିତଙ୍କ ପରି ଅମର ସନ୍ତାନମାନେ ଆମର ନିରନ୍ତର ପ୍ରେରଣା।

Share