ଟନ୍‌ ଟନ୍‌ ସୁନା ବିକୁଛି ଏହି ଦେଶ

କଲମ୍ବୋ,୨୪ା୧: ଶ୍ରୀଲଙ୍କା, ଭାରତ ଏବଂ ବିଶ୍ୱର କିଛି ଦେଶ ବହୁ ଟନ୍‌ ସୁନା ଜମା ରଖିଛନ୍ତି। ଯେତେବେଳେ ଆର୍ଥିକ ଅବସ୍ଥା ଖରାପ ହୁଏ, ଏହି ସୁନା ବିକ୍ରୟ କିମ୍ବା ବନ୍ଧକ ରଖିବା ଦ୍ୱାରା ଦେଶର ଅବସ୍ଥାରେ ଉନ୍ନତ ହୁଏ। ଖରାପ ଅର୍ଥନୀତି ସହ ସଂଘର୍ଷ କରୁଥିବା ଶ୍ରୀଲଙ୍କା ସୁନା ବିକ୍ରି କରି ବୈଦେଶିକ ମୁଦ୍ରା ସଂଗ୍ରହ କରିଛି।

ଦେବାଳିଆ ନ ହେବା ପାଇଁ ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ସୁନା ବିକ୍ରି ଆରମ୍ଭ କରିଛି। ଏହା କରି ଏହି ଦେଶ ଏହାର ଅର୍ଥନୀତିକୁ ସମର୍ଥନ କରିବାକୁ ଚେଷ୍ଟା କରୁଛି। ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ, ହ୍ରାସ ପାଇଥିବା ବୈଦେଶିକ ମୁଦ୍ରା ଭଣ୍ଡାରକୁ ସଂରକ୍ଷଣ କରିବା ପାଇଁ ଏହା ଏହାର ସୁନା ସଂରକ୍ଷଣର ଏକ ଅଂଶ ବିକ୍ରି କରିଛି। ଶ୍ରୀଲଙ୍କାର ଅଗ୍ରଣୀ ଅର୍ଥନୀତିଜ୍ଞ ତଥା କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଡ. ଡବ୍ଲ୍ୟୁ ଏ. ବିଜେବର୍ଦ୍ଧନ କହିଛନ୍ତି କେନ୍ଦ୍ରୀୟ ବ୍ୟାଙ୍କର ସୁନା ସଂରକ୍ଷଣ ହ୍ରାସ ପାଇଛି।

ବିଜେବର୍ଦ୍ଧନ, ଟୁଇଟ୍‌ କରି କହିଛନ୍ତି, କେନ୍ଦ୍ରୀୟ ବ୍ୟାଙ୍କର ସୁନା ସଂରକ୍ଷଣ ୩୮୨ ନିୟୁତରୁ ୧୭୫ମିଲିୟନ ଡଲାରକୁ ଖସି ଆସିଛି। ଏଥି ସହିତ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ନିଭାର୍ଡ କ୍ୟାବ୍ରାଲ କହିଛନ୍ତି, ସୁନା ଭଣ୍ଡାରର ଏକ ଅଂଶ ବିକ୍ରି କରିଛି।

ଚାଇନା ସହିତ ମୁଦ୍ରା ଅଦଳବଦଳ ପରେ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ବର୍ଷ ଶେଷରେ ଏହାର ସୁନା ଭଣ୍ଡାରକୁ ବୃଦ୍ଧି କରିଥିଲା। ଏକ ରିପୋର୍ଟ ଅନୁଯାୟୀ, ୨୦୨୧ର ଆରମ୍ଭରେ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କରେ ୬.୬୯ ଟନ୍‌ ସୁନା ଭଣ୍ଡାର ଥିଲା ବୋଲି ଅନୁମାନ କରାଯାଉଛି। ଏହା ପରେ ବର୍ତ୍ତମାନ ପ୍ରାୟ ୩.୬ ଟନ୍‌ ସୁନା ବିକ୍ରି ହୋଇସାରିଛି। ଫଳରେ ଶ୍ରୀଲଙ୍କା ନିକଟରେ କେବଳ ୩.୦ରୁ ୩.୧ ଟନ୍‌ ସୁନା ଗଚ୍ଛିତ ରହିଛି।

Share