ମହିଳାମାନେ ସ୍ବାବଲମ୍ବୀ ହେଲେ ଦେଶ ସମୃଦ୍ଧ ହେବ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ବରଗଡ଼ ରାଣାପ୍ରତାପ ସ୍କୁଲର ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ସଂସଦର ସଭାନେତ୍ରୀ ଧରିତ୍ରୀ ରାଉତ୍‌ ଏଥିରେ ଅଧ୍ୟକ୍ଷତା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସିଆର୍‌ସିସି ପାର୍ବତୀ ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ ନାରୀଶକ୍ତିକୁ ସୃଷ୍ଟିର କାର୍ଯ୍ୟକାରିଣୀ ଶକ୍ତି ଏବଂ ନାରୀ ଯୁଗେଯୁଗେ ବନ୍ଦନୀୟା ବୋଲି ସେ କହିଥିଲେ। ଅବସରପ୍ରାପ୍ତ ଶିକ୍ଷକ କପିଳ ବାଗ ସମ୍ମାନିତ ବକ୍ତାଭାବେ ଯୋଗଦାନ କରିଥିଲେ। ମହିଳାଙ୍କୁ ସମ୍ମାନ ଦେବତାଙ୍କଠାରୁ କମ୍‌ ନୁହେଁ ବୋଲି ସେ କହିଥିଲେ। ଏହି ଅବସରରେ ଶିକ୍ଷୟିତ୍ରୀ ସୁନୀତା ମିଶ୍ର ନାରୀ ନାରାୟଣୀ କବିତା ପାଠ କରିଥିଲେ। ସୀମାରାଣୀ ସାହୁ ନାରୀଙ୍କ ଭୂମିକା ଉପରେ ଆଧାରିତ ଏକ ସଙ୍ଗୀତ ପରିବେଷଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ରୀମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ସଂସଦର ସମ୍ପାଦିକା ସାଳିନୀ ସା ପ୍ରତିଯୋଗିତା ସଂଯୋଜନା କରିଥିଲେ। ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମୀନା ପଣ୍ଡା, ଶିକ୍ଷୟିତ୍ରୀ ଜ୍ୟୋତି ବେହେରା, ଦୀପିକା କୁଲୁ, ତପସ୍ବିନୀ ତ୍ରିପାଠୀ, ଭାରତୀ ସେଟ୍‌, ନନ୍ଦିତା ସାହୁ, ସୀମା ଭୋଇ, ସାଗ୍ୟା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ତ୍ରିପାଠୀ ଶିଶୁ ସାହିତ୍ୟ ସଂସଦର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେହିପରି ବରଗଡ଼ ପାର୍ବତୀ ଗିରି ମହିଳା କଲେଜ ଛାତ୍ରୀଙ୍କ ଦ୍ୱାରା ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।

ସରଣ୍ଡା,(ଯୁଧିଷ୍ଠିର ମହାପାତ୍ର):ମହିଳାମାନେ ସ୍ବାବଲମ୍ବୀ ହେଲେ ଦେଶ ସମୃଦ୍ଧ ହେବା ସହ ବହୁବିଧ ବିକାଶ ହୋଇପାରିବ ବୋଲି ଅତାବିରା ଭାଜପା ପକ୍ଷରୁ ଆୟୋଜିତ ବିଶ୍ୱ ମହିଳା ଦିବସ କାର୍ଯ୍ୟକ୍ରମରେ ଅତିଥିମାନେ କହିଛନ୍ତି। ମହିଳାମାନେ ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ଗଲେଣି। ଏମାନେ ପୁରଷଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ପୁଣି ଦେଶର ପ୍ରଥମ ନାଗରିକ ଭାବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ନିଜର ଦକ୍ଷତାର ପରିଚୟ ଦେଇଛନ୍ତି ବୋଲି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଶ୍ୱ ମହିଳା ଦିବସ ଅବସରରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଳିଙ୍ଗ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଛନ୍ତି। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ, ଅତାବିରା ସିଡିପିଓ ଉର୍ମିଳା ପରିଡ଼ା, ଅବସରପ୍ରାପ୍ତ ପ୍ରଶାଶନିକ ଅଧିକାରୀ ତଥା ଗାଳ୍ପିକା କବିୟତ୍ରୀ ତପସୱିନୀ ଗୁରୁ, କୁଲୁଣ୍ଡା ଗ୍ରାମର ସ୍ବର୍ଗତ ସ୍ବାଧୀନତା ସଂଗ୍ରାମୀ ହୃଷିକେଶ ନାୟକଙ୍କ ସ୍ତ୍ରୀ ପଞ୍ଚମୀ ନାୟକ, ଅନ୍ୟତମ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ତ୍ରୀ ମାମୀ ଘୋଷ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଥିଲେ। ଏହି ଅବସରରେ ଉଭୟ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ତ୍ରୀ ପଞ୍ଚମୀ ନାୟକ ଓ ମାମୀ ଘୋଷଙ୍କୁ ସ୍ମାରକୀ ସହ ସମ୍ମାନ ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ବରପାଲି,(ଚିତ୍ତରଞ୍ଜନ ସାହୁ): ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ୱ କରିଥିବା ଅଧ୍ୟାପିକା ନିଳୀମା ନାୟକଙ୍କ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇଥିଲେ ।

ପାଇକମାଳ,(ବଡ଼ ଶତପଥୀ):ପାଇକମାଳ ବ୍ଲକ ଆଇକେଡ଼ା ଅନୁଷ୍ଠାନ ମହିଳା ସଂଗଠନ ଦାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଦ୍ମପୁର କୃଷି ଜିଲା ଅଧିକାରୀ ପ୍ରଭାସ ପଣ୍ଡା ସମ୍ମାନିତ ଅତିଥି ଭାବେ ନୀତି ଆୟୋଗ ଏବିଏଫ ସୁଶ୍ରୀ ମଧୁସ୍ମିତା ବେହେରା ଓ ମୁଖ୍ୟ ବକ୍ତା ଭାବେ ବ୍ଲକ କୃଷି ଅଧିକାରୀ ସୋମନାଥ ମହାପାତ୍ର ସମେତ ସୁଜାତା ଧରୁଆ, ଆକାଂକ୍ଷା ନାମଦେଓ ଯୋଗଦେଇଥିଲେ। ଏ ଅବସରରେ ସଫଳ ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ସମାଜ ସେବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଥିବା ପ୍ରକୃତିବନ୍ଧୁ ସାମ୍ବାଦିକ ଧିରେନ ମହାନ୍ତିଙ୍କୁ ମଧ୍ୟ ଉପଢୋକନ ଦେଇ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ଚାଲିଗଲା ଯୁବକଙ୍କ ଜୀବନ

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଖଣ୍ଡାଳବନ୍ଧ ଗାଁ ନିକଟ ମୁଖ୍ୟରାସ୍ତାରେ ଏକ ଗାଡ଼ି ଧକ୍କାରେ ଜଣେ ଯୁବକ ମୃତ୍ୟୁ ଘଟିଛି। ସେ...

ଦଣ୍ଡନାଚରେ କଥା କଟାକଟିରୁ ସଂଘର୍ଷ: ୨ ଗୁରୁତର

ହିଞ୍ଜିଳିକାଟୁ, ୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଗ୍ରାମରେ ଦଣ୍ଡନାଚ ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ...

୭ ବର୍ଷ ପରେ IPL’ରେ ଅର୍ଦ୍ଧଶତକ ହାସଲ କଲେ ଇଣ୍ଡିଆ ଷ୍ଟାର, ଇଣ୍ଟରନେଟରେ ଛାଇଗଲେ

ନୂଆଦିଲ୍ଲୀ,୧୩ା୪: କରୁଣ ନାୟାର ସାତ ବର୍ଷ ମଧ୍ୟରେ ତାଙ୍କର ପ୍ରଥମ ଆଇପିଏଲ ଅର୍ଦ୍ଧଶତକ ହାସଲ କରିଛନ୍ତି।ଯେଉଁଥିରେ ସେ ଜସପ୍ରିତ ବୁମରାହଙ୍କ ଭଳି ବୋଲରଙ୍କୁ ଗଳି କ୍ରିକେଟ...

ହକି ଚାମ୍ପିୟନଶିପ୍‌: ମଧ୍ୟପ୍ରଦେଶ-ପଞ୍ଜାବ ଫାଇନାଲ

ଝାନ୍ସି,୧୩ା୪: ମଧ୍ୟପ୍ରଦେଶ ଓ ପଞ୍ଜାବ ନିଜ ନିଜର ସେମିଫାଇନାଲ ମ୍ୟାଚରେ ଯଥାକ୍ରମେ ମଣିପୁର ଓ ଉତ୍ତର ପ୍ରଦେଶକୁ ପରାସ୍ତକରି ରବିବାର ଜାତୀୟ ହକି ଚାମ୍ପିୟନଶିପ୍‌ ଫାଇନାଲରେ...

କଲେଜ ପିଲାଙ୍କୁ ଜୟ ଶ୍ରୀରାମ କହିବାକୁ କହି ବିବାଦରେ ତାମିଲନାଡୁ ରାଜ୍ୟପାଳ

ମଦୁରାଇ,୧୩।୪: ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌ଗୁଡ଼ିକୁ ମଞ୍ଜୁରୀ ନ ଦେଇ ଦୀର୍ଘଦିନ ପକାଇରଖିବା ଘଟଣାରେ ଗତ ୮ ତାରିଖରେ ସୁପ୍ରିମକୋର୍ଟରୁ ଭର୍ତ୍ସିତ ହୋଇଥିବା ତାମିଲନାଡୁ ରାଜ୍ୟପାଳ...

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ,୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କର ବଳାତ୍କାର କରିବା ଏବଂ ପରବର୍ତ୍ତୀ ସମୟରେ ଶାରୀରିକ ନିର୍ଯାତନା ଦେବା ନେଇ ହିଞ୍ଜିଳି ଥାନାରେ...

ଭୁଲ ବୁଝାମଣାରୁ ଏମ୍‌କେସିଜିରେ ଫାର୍ମାସୀ ଛାତ୍ରଙ୍କୁ ମାଡ଼, କ୍ଷମା ମାଗିଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର,୧୩।୪(ସୁବାସ ଚନ୍ଦ୍ର ପାଢ଼ୀ): ଏମ୍‌କେସିଜି ମେଡିକାଲରେ ଜଣେ ଫାର୍ମାସୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କାଜୁଆଲିଟିରେ ଜଣେ ରୋଗୀଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ...

ବଲାଙ୍ଗୀରରେ ପୁଣି ଗଡ଼ିଲା ମୁଣ୍ଡ: ଗ୍ରୋସରୀ ଦୋକାନୀଙ୍କୁ ହାଣି ହତ୍ୟା

ବଲାଙ୍ଗୀର,୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ୨ ଦିନରେ ଗଡିଛି ୨ ମୁଣ୍ଡ। ଶନିବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ଅତି ବିଭତ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image