ଦେଶ ଚାଖିବ କଳାହାଣ୍ଡି ଆମ୍ବ

ଭବାନୀପାଟଣା,୨୫।୬(ଉତ୍ତମ କୁମାର ଦାଶ)ପ୍ରଥମଥର ପାଇଁ ଦିଲ୍ଲୀରେ ପହଞ୍ଚତ୍ଛି କଳାହାଣ୍ଡିର ସାଦିଷ୍ଟ ଆମ୍ବ। ଓର୍‌ମାସ ଉଦ୍ୟମକ୍ରମେ ଏହି ଆମ୍ବ ଟିଟିଲାଗଡ଼ ରେଳ ଷ୍ଟେଶନରୁ ଦିଲ୍ଲୀ ଯାଇଥିଲା। ପ୍ୟାକେଟରେ ଓଡ଼ିଶା ଆମ୍ବ ଲେଖାଯାଇଥିବା ଷ୍ଟିକରିଂ କରାଯାଇଛି। ଦିଲ୍ଲୀର ମଦର୍‌ ଡାଏରୀ ସହିତ ଯୋଗାଯୋଗ କରି ଆମ୍ବ ପଠାଯାଇଥିଲା। କଳାହାଣ୍ଡି ଆମ୍ବର ଚାହିଦା ଦିଲ୍ଲୀରେ ବଢୁଥିବା କାରଣରୁ ପୁନର୍ବାର ଅଧିକରୁ ଅଧିକ ଆମ୍ବ ଦିଲ୍ଲୀ ପଠାଯିବ ବୋଲି ଜଣାପଡିଛି। କଳାହାଣ୍ଡି ଫୁଡ୍‌ ଆଣ୍ଡ କ୍ରାଫ୍ଟ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ ଏହି ଆମ୍ବ ବିକ୍ରିର ଦାୟିତ୍ୱ ବହନ କରିଛି। ଦୁଇ ପର୍ଯ୍ୟାୟରେ ଆମ୍ରପଲ୍ଲି, ଲେଙ୍ଗଡା, ମଲ୍ଲିକା, ଜାହାଙ୍ଗିର, ଗୁଲବଖସ, ବାଇଗଣପଲ୍ଲୀ, କଳାପାହାଡ଼ ଭଳି ପ୍ରାୟ ୧୦ କିସମର ଆମ୍ବ ପଠାଯାଇଛି। ତେବେ ଓର୍‌ମାସ ପକ୍ଷରୁ ଜିଲାର ନର୍ଲା, ଲାଞ୍ଜିଗଡ଼, ଭବାନୀପାଟଣା, ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳର ବିଭିନ୍ନ ଚାଷୀଙ୍କ ସହ ଯୋଗାଯୋଗ କରି ୪୪.୬୫ କୁଇଣ୍ଟାଲ ଆମ୍ବ ପଠାଯାଇଛି। ପ୍ରଥମ ପର୍ଯ୍ୟାୟ ଜୁନ ୧୫ରେ ୨୪ କୁଇଣ୍ଟାଲ ଓ ଦ୍ୱିତୀୟ ପର୍ଯ୍ୟାୟ ୨୧ ଜୁନରେ ୨୦.୬୫ କୁଇଣ୍ଟାଲ ଆମ୍ବ ପଠାଯାଇଛି। ଏଥର କଳାହାଣ୍ଡି ଜିଲାରେ ପ୍ରାୟ ୫ ହଜାର ଟନ୍‌ରୁ ଊର୍ଦ୍ଧ୍ୱ ଆମ୍ବ ହୋଇଥିବା ଉଦ୍ୟାନ ବିଭାଗ ପକ୍ଷରୁ ସୂଚନା ମିଳିଛି। କ୍ରମାଗତ ଭାବେ ଭବାନୀପାଟଣା ସହର ସମେତ ଜିଲାର ଅନ୍ୟାନ୍ୟ ସହରାଞ୍ଚଳରେ ଦୈନିକ ୧ ଟନ୍‌ରୁ ଅଧିକ ଆମ୍ବ ବିକ୍ରିବଟା ଚାଲିଛି। କିନ୍ତୁ ଏଥର ପ୍ରଚୁର ପରିମାଣରେ ଆମ୍ବ ହୋଇଥିବାରୁ ଉତ୍ପାଦନକାରୀ ଆଶାନୁରୂପ ଅର୍ଥ ରୋଜଗାର କରିବାରେ ସଫଳ ହୋଇପାରିନାହାନ୍ତି। ଚଳିତବର୍ଷ ଓର୍‌ମାସ ପକ୍ଷରୁ ଆମ୍ବଚାଷୀଙ୍କୁ ଆମ୍ବଶଢ଼ା ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ପରବର୍ତ୍ତୀ ସମୟରେ କଳାହାଣ୍ଡି ଫୁଡ ଆଣ୍ଡ କ୍ରାଫ୍ଟ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ଏହି ଆମ୍ବଶଢ଼ାର ବିକ୍ରି ଦାୟିତ୍ୱ ନେବ ବୋଲି ଜଣାପଡିଛି। ଅନ୍ୟ ବର୍ଷ ତୁଳନାରେ ପ୍ରଚୁର ପରିମାଣର ଆମ୍ବ ଉତ୍ପାଦନ ଯୋଗୁ ଚାଷୀ ଶାଗମାଛ ଦରରେ ବିହାର, ରାଞ୍ଚି, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ଭୁବନେଶ୍ବରକୁ ଟ୍ରିପ ଟ୍ରିପ ଆମ୍ବ ପଠାଇଥିବା ଜଣାପଡିଛି। ଭବାନୀପାଟଣା ସଦର ବ୍ଲକ ସମେତ ଜିଲାର ଲାଞ୍ଜିଗଡ଼, ଥୁଆମୂଳ ରାମପୁର, କୋକସରା, ଜୟପାଟଣା, ନର୍ଲା, ଧର୍ମଗଡ଼, କଲମପୁର, ଜୁନାଗଡ଼, କେସିଙ୍ଗା, କର୍ଲାମୁଣ୍ଡା, ଗୋଲାମୁଣ୍ଡା ଓ ମଦନପୁର ରାମପୁର ଆଦି ଅଞ୍ଚଳରେ ୧୨ ହଜାର ହେକ୍ଟରରେ ଆମ୍ବ ଗଛ ରହିଛି। ତେବେ ୩ ହଜାର ଚାଷୀଙ୍କ ୧୧ ହଜାର ହେକ୍ଟର ଜାଗାରେ ଏଥର ଆମ୍ବ ଫଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର

ଦାରିଙ୍ଗବାଡି,୨୮।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ରୁନିତା ପ୍ରଧାନ ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରୁ ୭ ଜଣ ଏହି...

ଦୁର୍ନୀତିକୁ ଦିଆଯିବନି ପ୍ରଶୟ: ଅଙ୍ଗନାୱାଡି କର୍ମୀଙ୍କୁ ଶପଥ ପାଠ କରାଇଲେ ସିଡିପିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏନେଇ ସଚେତନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡିର ସମନ୍ବିତ ଶିଶୁ...

ରେଳ ମେଲ୍‌ସେବା ସ୍ଥାନାନ୍ତରଣକୁ ନେଇ ତେଜିଲା ବିରୋଧ

କେସିଙ୍ଗା,୨୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ସ୍ଥିତ ରେଳ ଡାକସେବା(ଆର୍‌ଏମ୍‌ଏସ୍‌) ସ୍ଥାନାନ୍ତରଣକୁ ବିରୋଧ କରି କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ ପକ୍ଷରୁ...

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

କାର୍ତ୍ତିକ ଦ୍ବିତୀୟ ସୋମବାର : ବର୍ଷା ସତ୍ତ୍ବେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୨୮।୧୦(କାଳିଚରଣ ଦାଶ): ପୂଣ୍ୟ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ...

ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ...

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri